ପାପଡାହାଣ୍ଡି,13/1, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ସେମଳା ଅଞ୍ଚଳରେ ଜଣେ ବିଧବାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି | ଅଭିଯୁକ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଗୁଡ଼ୁ ଶତନାମୀ | ସେ ଗତ ଏକ ବର୍ଷ ଧରି ଜୈନିକ ବିଧବା ସହ ଶାରୀରିକ ସମ୍ପର୍କ ରଖି ବିବାହର ମିଥ୍ୟା ପ୍ରତିଶୃତି ଦେଇଚାଲିଥିଲେ | ଇତି ମଧ୍ୟରେ ବିଧବା ଜଣକ ତିନି ମାସର ଗର୍ଭବତୀ ହୋଇ ତାଙ୍କ ଗର୍ଭ ପାତ କରାଯାଇଥିବା ଅଭିଯୋଗ ହୋଇଛି | ଏ ନେଇ ମଇଦଲପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନମ୍ବର 4/23ରେ ମାମଲା ରୁଜୁ କରି ଥାନା ଅଧିକାରୀ ନଟବର ନନ୍ଦ ଅଭିଯୁକ୍ତକୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଶତନାମୀ ସାହିରୁ ଗିରଫ କରିଛନ୍ତି |
previous post