ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ଚାରିଛକ ଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ 

ରୁପ୍ରା, ୧୩/୧ (ମନିସ ) : ନର୍ଲାବ୍ଲକ୍ ଅଧିନ ନର୍ଲା ଚାରିଛକ ଠାରେ ଆଜି ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ ଓ ପ୍ରଶାନ୍ତ ସାହୁ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍, ପୂର୍ବତନ ବିଧାୟକ କୁମରମଣି ଶବର, ବରିଷ୍ଠ କର୍ମକର୍ତ୍ତା ରମେଶ ମାଝୀ, ପଦ୍ମଲୋଚନ ମିଶ୍ର, ଦିବାକର ବାଗ, ସରୋଜ ସେଠ୍, ଶ୍ରୀକାନ୍ତ ହୋତା, ବିଷ୍ଣୁ ଚରଣ ବଡପଣ୍ଡା, ରୁପ୍ରା ମଣ୍ଡଳ ପ୍ରଭାରୀ ଦୟାନିଧି ସାହୁ, ସରୋଜ ବୁଦ୍ଧିଆ, ନର୍ଲା ମଣ୍ଡଳ ସଭାପତି ପ୍ରଣତି ମହାନନ୍ଦଙ୍କ ସମେତ ରୁପ୍ରା ମଣ୍ଡଳ ଓ ସରିଆଁ ମଣ୍ଡଲ ସଭାପତି ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ଏହି କର୍ମୀ ସମ୍ମିଳନୀରେ ନର୍ଲା ବ୍ଲକ ସମେତ କେସିଙ୍ଗା, କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକର ବରିଷ୍ଠ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ଅବଗତ କରାଇଥିଲେ ଓ କହିଲେ କେନ୍ଦ୍ର ଅତିରିକ୍ତ ଗ୍ରାଣ୍ଟ୍ ମାଧ୍ୟମରେ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିରୁ ମ. ରାମପୁର, ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି, ସେହିପରି ଜୁନାଗଡ଼ ରୁ ରାୟପୁର ଜାତୀୟ ରାଜପଥ ତଥା ଜୁନାଗଡ ବାଏ ପାସ୍ ରାସ୍ତା, ଖରିଆର୍ ଓଭର୍ ବ୍ରିଜ୍, କେସିଙ୍ଗା ଓଭର୍ ବ୍ରିଜ୍, ଭବାନୀପାଟଣା ଓଭର୍ ବ୍ରିଜ୍ ତଥା ବାଏପାସ୍ ରାସ୍ତା, ଧର୍ମଗଡ଼ ବାଏପାସ୍ ରାସ୍ତା, ଭବାନୀପାଟଣା ମେଡିକାଲ କଲେଜ ପାଇଁ ୨୫୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତରେ ଅମୃତ ସାଗର ଯେପରି ରହିବ ସେଥିପାଇଁ ଜିଲ୍ଲାରେ ୧୦୦ଟି ସାଗର ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବା ସହ ଜିଲ୍ଲାରେ ୧୦୧ଟି ନୂତନ ଡାକଘର ଖୋଲିଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ମାଟି କାମ ପାଇଁ ୨୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏଣୁ ଏହି ସମସ୍ତ ଯୋଜନା ସମେତ ଆହୁରି କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ବାବଦରେ ଯେମିତି ସମସ୍ତ ଲୋକ ଅବଗତ ହେବେ, ସେଥିପାଇଁ ଦଳୀୟ ବରିଷ୍ଠ ନେତା ଓ ସମସ୍ତ କର୍ମକର୍ତ୍ତା ଲୋକ ମାନଙ୍କୁ ସଚେତନ କରିବା ପାଇଁ ଶ୍ରୀ ପଣ୍ଡା ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଶେଷରେ ନର୍ଲା ମଣ୍ଡଳ ସଭାପତି ପ୍ରଣତି ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ତେବେ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନର୍ଲା ବିଧାନସଭା କ୍ଷେତ୍ର ଅଧିନରେ ପ୍ରସାଶନିକ ଅଧିକାରୀଙ୍କ ନବବର୍ଷ ଶୁଭେଚ୍ଛା ହୁଡିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚଳିତ ନିର୍ବାଚନରେ ନର୍ଲା ବିଧାନସଭା ପାଇଁ ସବୁଦଳ ତରଫରୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିବାକୁ ଦାବି କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

masiha

ବିଜେପି ପକ୍ଷରୁ ଭୋଟର ସଚେତନ ମହାଅଭିଯାନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort