ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକାନନ୍ଦ ଯୁବ ସଂସଦର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାଉରକେଲା / ସ୍ବାମୀ ବିବେକାନନ୍ଦ ଲୋକସଂସଦ ଯୁବ ବିଭାଗ, ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ଜାତୀୟ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ବେଦବ୍ୟାସ ସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଜିଲ୍ଲା ସଭାପତି କୁମାର ବେହେରାଙ୍କ ଆବାହକତ୍ବ,ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି, ଶିକ୍ଷାବିତ ନିରୁପମା ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଯୁବପିଢିଙ୍କ ପାଇଁ ମାଗଦର୍ଶକ ଥିଲେ ସ୍ବାମୀ ବିବେକାନନ୍ଦ। ଆତ୍ମାର ଅମରତ୍ବ ଯାହା ଆମ ସଂସ୍କୃତିରେ ବିଶ୍ବାସ ତାକୁ ବିଶ୍ବ ଆଗରେ ଉପସ୍ଥାପନା କରିଥିଲେ । ସେଥିଲେ ଉନବିଂଶ ଶତାବ୍ଦୀର ଭାରତବର୍ଷର ନବ ଜାଗରଣର ଅନ୍ୟତମ ପ୍ରାଣ ପୁରୁଷ। ଜଣେ ସମାଜ ସୁଧାରକ ଭାବେ ବହୁଜନ ହିତାୟ ବହୁଜନ ସୁଖାୟ ନୀତି ଆପଣାଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହ ପ୍ରତିଯୋଗିତାର ବିଚାରକ ଭାବେ ଉପସ୍ଥିତ ଥିବା କନକଲତା ମିଶ୍ର ଓ ଗୌରୀ ନାଗ ଓ ଗୁରୁ ସ୍ବାମୀ ନକୁଳ ଦେବଜୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାପତିତ୍ବ ଅଭିଭାଷଣ ରେ ପ୍ରଫେସର ସାହୁ କହିଲେ ଯେ ସ୍ବାମୀଜୀ ୧୮୭୧ ମସିହାରେ ରାଉରକେଲା ଦେଇ ରାୟପୁର ଯାଇଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନପରେ ସ୍ବାଗତ ଭାଷଣ ରଖିଥିଲେ । ଶେଷରେ ସଂପାଦକ ଡଃ ଉମାକାନ୍ତ ପଣ୍ଡା ଶାନ୍ତି ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯଶପାଲ ସିଂହ ଙ୍କ ସମେତ ବହୁ ଅଭିଭାବକ ଯୋଗଦେଇ ଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ବାସନ୍ତୀ ନାୟକ,ଜ୍ୟୋସ୍ନାରାଣୀ ଦାସ,ସୁନିତା, ପ୍ରେମଶିଲା, ମମତା,ପ୍ରିୟଙ୍କା,ନମିତା, ସୂଜାତା, ସୁଷମା ଓ ମନିଷା ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଲ୍ୟାଣସିଂହପୁର ବ୍ଲକ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସ୍ଥାନୀୟ ଲୋକକଳା କଳାକାର 

masiha

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ

masiha

Leave a Comment

error: Content is protected !!