ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ 

ରାଉରକେଲା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଦେଶରେ ଚାଲିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି କ୍ରମରେ ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଗୋ-ଗ୍ରୀନ କ୍ଲବ୍‌ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ମାର୍ଗଦର୍ଶନ ଏବଂ ଗୋ-ଗ୍ରୀନ୍‌ କ୍ଲବ୍‌ର ସଂଯୋଜକ ତଥା ଅଧ୍ୟାପିକା ମନିଶା ନାୟକଙ୍କ ନେତୃତ୍ବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ରୋପଣ କରିଛନ୍ତି । ଏଥିରେ ଇକୋ କ୍ଲବ୍‌ର ସଂଯୋଜକ ଡ ପ୍ରତାପ କୁମାର ସ୍ୱାଇଁ ସଦସ୍ୟା ଗ୍ଲାଡ୍‌ସୀ ବେକ୍‌ଙ୍କ ସମେତ ଗୋ-ଗ୍ରୀନ କ୍ଲବ୍‌ର ସଦସ୍ୟା ଅଧ୍ୟାପିକା ଲିଲି ପ୍ରେମା ମିଞ୍ଜ ଓ ଅନିତା ଜୈନ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ଶତାଧିକ ଭିନ୍ନ ଭିନ୍ନ ବର୍ଗର ବୃକ୍ଷ ଚାରା ରୋପଣ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୃଥିବୀ ପାଇଁ ମାତ୍ର ଏକ ଘଣ୍ଟା,  ମାର୍ଚ୍ଚ ୨୩ ତାରିଖରେ ମାତ୍ର ଏକଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ 

masiha

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

masiha

ଜୁନାଗଡ଼ ହାଇ ସ୍କୁଲ ର ପୁରାତନ ଛାତ୍ର/ଛାତ୍ରୀ କମିଟି ରାଜ୍ୟ ସ୍ତରରେ ପୁରସ୍କୃତ

masiha

Leave a Comment

error: Content is protected !!