ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

କଟକ: 08-08-2024 (ମସିହା ନିୟୁଜ )ବର୍ଷାରେ ବୁଡିଲା ଭଟ୍ଟାରିକା। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ପଶିଛି ମହାନଦୀର ବନ୍ୟା ଜଳ। ଦୁଇ ଦିନର ଲଗାଣ ବର୍ଷା ପରେ ମନ୍ଦିର ବେଢାରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଆଜି ସକାଳଠାରୁ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଠାକୁରାଣୀ ଜଳବନ୍ଦୀ ହୋଇନାହାନ୍ତି , ତଥାପି ଆବଶ୍ୟକ ହେଲେ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଆଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଗଣେଶ୍ୱର କ୍ଲବ ଦ୍ଵାରl ବିଶ୍ୱ ପରିବେଶ ଦିବସ ପାଳିତ

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

Leave a Comment

error: Content is protected !!