ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ଟି ବନ ସଂରକ୍ଷଣ ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନୀତ

  ଡାବୁଗାଁ, ୭/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ରେ କାର୍ଯ୍ୟରତ ୨ ବନ ସଂରକ୍ଷଣ ସମିତିକୁ ବିଶ୍ଵ ପରିବେଶ ଦିବସରେ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହୋଇଛନ୍ତି | ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଙ୍କ ତରଫରୁ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ଡାବୁଗାଁ ବନାଞ୍ଚଳ ଅଧୀନ ଚିକିଲି ବନ ସନରକ୍ଷଣ ସମିତି ଓ ଧାରଣାବେଢା ବନ ସଂରକ୍ଷଣ ସମିତି କୁ ପ୍ରକୃତି ମିତ୍ରା ସମ୍ମାନରେ ସମ୍ମାନୀତ କରାଯାଇଥିଲା | ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ୨ ଟି ବନ ସଂରକ୍ଷଣ ସମିତି ର ସଭାପତି ବଲରାମ ପୂଜାରୀ ଓ ନିରଞ୍ଜନ ଗୌଡଙ୍କୁ ମାନପତ୍ର ସହ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରି ପୁରସ୍କୃତ କରିଥିଲେ | ଏନେଇ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ଉମାଶଙ୍କର ମିଶ୍ର ଓ ସରସ୍ଵତୀ ମେହେର ପ୍ରମୁଖ ଉଭୟଙ୍କୁ ସ୍ଵାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନର ବୈଠକ ଆୟୋଜିତ

masiha

ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ  “ଜିଲ୍ଲାରୁ ଉପକୃତ ହେବେ ୭୬୬ମହିଳା”

Sunil Chandra Nayak

Leave a Comment

error: Content is protected !!