ଖୋର୍ଦ୍ଧା ତା. ୦୫.୦୬.୨୦୨୩ 🙁 ମ ନି ସ) ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା , ଚିଲିକା ବ୍ଲକର ନିଶିଗନ୍ଧା ଭାଷାପ୍ରତିଷ୍ଠାନକୁ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ଏହାର ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପରିବେଶ ସମିତି ପକ୍ଷରୁ ନିଶିଗନ୍ଧା ଭାଷାପ୍ରତିଷ୍ଠାନକୁ ମନୋନୀତ କରାଯାଇଥିଲା I ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ (ଜୁନ ୫ ତାରିଖ) ଅବସରରେ ଏହି ପୁରସ୍କାର ବିତରଣ କରାଯାଇଅଛି I ପ୍ରତ୍ୟେକ ପ୍ରକୃତି ମିତ୍ରଙ୍କୁ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ (ଭିଡ଼ିଓ କନଫରେନ୍ସ ଯୋଗେ)ଙ୍କ ସମେତ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ୱାଳ (ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ) ପ୍ରମୁଖ ଯୋଗ ଦେଇଥିଲେ I
ଏହି ସଫଳତା ପାଇଁ ପରିବେଶ ପ୍ରେମୀ ଡା. ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ସଂଯୋଜକ, ପର୍ଯ୍ୟବେକ୍ଷକ ତଥା ମେଡିଆ ପ୍ରଭାରୀ ନିଶିଗନ୍ଧା ଭାଷାପ୍ରତିଷ୍ଠାନ ନିଶିଗନ୍ଧା ଭାଷାପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ଓ ଏହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟା ଓ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।