ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବଜୀବନ ଯୁବ ଅନୁଷ୍ଠାନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା 

ଥୁଆମୂଳ ରାମପୁର : ୭/୬- (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୂଖ୍ଯାଳୟ ସ୍ଥିତ ନବଜୀବନ ଯୁବ ଅନୁଷ୍ଠାନ ତରଫରୁ ବାଲେଶ୍ଵର ବାହାନାଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏବଂ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଗତ ୦୬/୦୬/୨୦୨୩ ରିଖ ୮.୧୦ ମନିଟ୍ ସମୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଲୟ ଠାରୁ ବାହାରି ମାଁ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ, ପରେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ଥାନୀୟ ନବଜୀବନ ଯୁବ ଅନୁଷ୍ଠାନ ସଭ୍ଯ ସନ୍ତୋଷ କୁମାର ନାଏକ, ସିଦ୍ଧାର୍ଥ ନାଏକ, କୁନାଲ ଧଙ୍ଗଡା ମାଝୀ, ବାବୁଲ ଧଙ୍ଗଡା ମାଝୀ , ଦିବାନା ନାଏକ, ଜିତେନ୍ଦ୍ର ବାଗ, ପ୍ରତାପ ଧଙ୍ଗଡା ମାଝୀ , ରିତିକ୍ ନାଏକ , ଉତ୍କଳ ଜ୍ୟୋତି ନାଏକ, ଜସ୍ମିନ ନାଏକ, ନବୀନ ନାଏକ, ଦେବ ଧଙ୍ଗଡା ମାଝୀ , ଅନନ୍ତ ନାଏକ, ବିରେନ୍ଦ୍ର ବାଗ, ଶୁଭମ୍ ନାଏକ, ରାଜୀବ ନାଏକ, ଅଭେ ନାଏକ, ଚନ୍ଦନ ନାଏକ , ଅମିତ୍ ନାଏକ, ସୁମନ ନାଏକ, ଲାଲୁ ନାଏକ, ଓ ସାମ୍ବାଦିକ ଦୁର୍ଗା କୀର୍ତ୍ତି ପ୍ରମୁଖ ଅଂଶଗ୍ରହଣ କରି ମୃତ୍ୟୁବରଣ କରିଥିବା ପରିବାରଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି  କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମ.ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଘାଟିତ

Sunil Chandra Nayak

ରାଉରକେଲା ଖବରକାଗଜ ବିକ୍ରେତା ସଙ୍ଘ ଦ୍ୱାରା ଗଣେଷ ପୂଜା ଆୟୋଜିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

Leave a Comment

error: Content is protected !!