ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

ମ,ରାମପୁର,୩/୪( ମାସୀହା):- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମରେ ୧୯୬୭ ମସିହାରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବ ର ପ୍ରଥମ ଦିନ ରେ ମଞ୍ଚ ରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ନାଟକ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ସମ୍ମାନିତ ଅତିଥି ଭାବରେ ରାମବତାର ଅଗ୍ରୱାଲ, ସତ୍ୟନାରାୟଣ ସାହୁ, ରୋମାଞ୍ଚ ସାହୁ,ଚିରାଗ ସିଂହ ଦେଓ, ପ୍ରେମସଗାର ନାଏକ,ଦିବାକର ସାହୁ, ଉଲପି ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି କାମଦେବ ସାହୁ, ସମ୍ପାଦକ ନରେଶ ସାହୁ , ଉପଦେଷ୍ଟା ଡାକ୍ତର ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ପାର୍ଥବ ବାଗ ନାଟକକୁ ରଚନା ଏବଂ ନିର୍ଦେଶନା ଦେଇଥିଲେ l ଯୁବ ଲେଖକ ତଥା କବି ବିଶ୍ୱନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ l ଅନୁଷ୍ଠାନ ତରଫରୁ ଗ୍ରାମର ପ୍ରଥମ ନାଟ୍ୟ ଗୁରୁ ଫକୀର ସାହୁ ଏବଂ ପୁରୁଣା କଳାକାର ମାନଙ୍କୁ ଅତିଥି ମାଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ମହୋତ୍ସବ ର ଗୁରୁଦାୟିତ୍ୱ ତୁଲାଉଥିବା ଡାକ୍ତର ଲୋକନାଥ ସାହୁ ଙ୍କୁ ମଧ୍ୟ ସମର୍ଦ୍ଧନା ଦିଆଯାଇଥିଲା।

ପରିଶେଷରେ ସମସ୍ତ କଳାକାର, ଅନୁଷ୍ଠାନ ର ସମସ୍ତ ସଦସ୍ୟ,ଗ୍ରାମ ର ସର୍ବସାଧାରଣ ଙ୍କୁ ଧନ୍ୟବାଦ ଦେଇ ମଞ୍ଚ କାର୍ଯ୍ୟକ୍ରମକୁ ସମାପନ କରି ନାଟକ ପରିବେଷଣ କରାଯାଇଥିଲା ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର.

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

Leave a Comment

error: Content is protected !!