ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଅକାଳ ବିୟୋଗ, ଶୋକାକୁଳ ଗାଁ ପରିବେଶ

ଚାଷୀଙ୍କ ଅକାଳ ବିୟୋଗ, ଶୋକାକୁଳ ଗାଁ ପରିବେଶ

କୋକସରା,୬/୯ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁର ଚାଷୀ ଯୁଗଳ କିଶୋର ପଟେଲ (୫୭)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଯାଇଛି। ସେ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ। ଜଣେ ଦକ୍ଷ ଚାଷି ଭାବେ ଅଂଚଳରେ ଜଣାଶୁଣା ଥିଲେ। ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିଲା । ବାଟରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ସମସ୍ତ ଗ୍ରାମବାସୀଙ୍କୁ ମର୍ମାହତ କରିଛି। ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ପ୍ୟାରିଲାଲ ପଟେଲ ଓ ମୁକେଶ ପଟେଲ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

ଏଫ.ଏଫ.ସି.ର “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ

Sunil Chandra Nayak

ଶିକ୍ଷାବିତଙ୍କ ମାତୃ ବିୟୋଗ 

masiha

Leave a Comment

error: Content is protected !!