ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଠପ୍ 

କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଠପ୍ 

ହିଞ୍ଜିଳିକାଟୁ,୦୬/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ କୋଟି କୋଟି ଟଙ୍କା ରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟରେ ନିର୍ମିତ ବସୁଧା ଘର ଘର ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଠପ୍ ହୋଇଯାଇଛି । ୨୦୨୨ ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାର ସୂଚନା ଦର୍ଶାଯାଇଥିବା ବେଳେ ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ ସମୟ ବିତିଗଲାଣି ତଥାପି ଏହି ପ୍ରକଳ୍ପ ଠପ୍ ହୋଇ ରହିଛି । ୨୦୨୧ ମସିହା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲେ ସୁଦ୍ଧା ଏହା ସାଧାରଣ ଲୋକଙ୍କ କାର୍ଯ୍ୟରେ ଲାଗୁନଥିବା ଦେଖା ଦେଇଛି । ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟିତ ଯୋଜନାରେ ଅଫିସର-ଠିକାଦାର ମଧୁଚନ୍ଦ୍ରିକା ରେ ଜଳ ଯୋଗାଣ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଆର.ଡବ୍ଲ୍ୟୁ.ଏସ୍.ଏସ୍ (RWS&S) ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ ପରେ “ପାଣି ମୋଟର ଚୋରି ହୋଇଯାଇଛି” ବୋଲି ସେ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ସରଜମିନ ତଦନ୍ତରୁ ପ୍ରକଳ୍ପ (WTP) ପରିସରରେ ଆଦୌ ବୈଦ୍ୟୁତିକ ତାର କିମ୍ବା ପାଇପ୍ ସଂଯୋଗର ଭିତ୍ତିଭୂମି ନଥିବାର ଜଣାପଡ଼ିଛି ଏବଂ ଗତ କିଛି ମାସ ହେଲା ବିଦ୍ୟୁତ୍ ତାର ଓ ଜଳ ପାଇପ ବିଛାଇବା କାମ କରା ଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ମୋଟର ଚୋରି ହୋଇଯାଇଥିବା ନେଇ ବିଭାଗ କୌଣସି FIR ର ନକଲ ସୁଦ୍ଧା ଦେଖାଇବାକୁ ସକ୍ଷମ ହେଉନାହିଁ । ଦୀର୍ଘ ବର୍ଷ ଧରି ଏହି ପ୍ରକଳ୍ପ ଠପ୍ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବା କୁ ଲାଗିଛି । ଚଳିତ ବର୍ଷ ଜାନୁଆରୀରେ ମାସରେ ଏନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ, ବିଡିଓ ଏବଂ ଆର.ଡବ୍ଲ୍ୟୁ.ଏସ୍.ଏସ୍ ବିଭାଗ ହିଞ୍ଜିଳି କାର୍ଯ୍ୟାଳୟ ଏବଂ ନିର୍ବାହୀ ଯନ୍ତ୍ରୀ ଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ନିକଟରେ ଏକାଧିକ ଅଭିଯୋଗ ଦଖଲ ହୋଇଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କାର୍ଯ୍ୟାନୁଷ୍ଠାନ ନେବା ନାମରେ ଏଜେନ୍ସିକୁ କେବଳ କାଗଜପତ୍ରରେ ଚେତାବନୀ ଦେବା ସହ କାର୍ଯ୍ୟକୁ ପୁରା କରିବା ପାଇଁ ବାରମ୍ବାର ସମୟସୀମାକୁ ବୃଦ୍ଧି କରାଯାଉଛି ତଥାପି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି । ଅନ୍ୟପଟେ ସାରୁ ପଞ୍ଚାୟତର ଅନେକ ସାହିରେ ପାଣି ସୁବିଧା ଠିକ୍ ଭାବରେ ମିଳୁନଥିବା ନେଇ ଆମ ଜନ ପ୍ରତିନିଧିଙ୍କ ଆଗରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ମାସକୁ ୨୦ ଦିନ ଆସିଲେ ୧୦ ଦିନ ପାଣି ମିଳୁନି ଏବଂ ଯାହା ମିଳୁଛି ତାହା ଯଥେଷ୍ଟ ନୁହେଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ସବୁବେଳେ ଠିକ ସମୟରେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ମଧ୍ୟ ଗୁହାରୀ ଜଣାଇଛନ୍ତି ।

Related posts

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

masiha

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!