ନବରଙ୍ଗପୁର (ମସିହା)ଛୋଟ ଛୋଟ ଛୁଆ ଙ୍କ ପାଇଁ ସରକାର ଗାଁ ଗାଁ ରେ ଯୋଗେଇ ଦେଇଛନ୍ତି ଅଙ୍ଗନବାଡି ଟିଏ ଯେଉଁଠି କି ଶିଶୁ ମାନେ ୬ ବର୍ଷ ଯାଏ ଶିକ୍ଷା ଲାଭ କରି ପାରିବେ ଏହି ଉଦ୍ଦେଶ୍ୟ ରେ ସମସ୍ତ ଗାଁ ର କୋଣ ଅନୁକୋଣ ରେ ରହିଛି ଅଙ୍ଗନବାଡି ଟିଏ, ଯେଉଁଠି ଅଙ୍ଗନବାଡି ଟିଏ ନାହିଁ ସେଇଠି ତିଆରି ହେଉଛି ଅଙ୍ଗନବାଡି କେନ୍ଦ୍ର କେତେକ ଜାଗାରେ ଅଧା ତିଆରି ହୋଇ ସେମିତି ପଡ଼ିରହିଛି କାମ ସମ୍ପୂର୍ଣ ହୋଇ ପାରୁନି l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଗଞ୍ଜାପାରା ପଂଚାୟତ ର ହତିବେନା ଡି ଏନ କେ ଗ୍ରାମ ରେ ଅଙ୍ଗନବାଡି ଟିଏ ଭାଙ୍ଗି ଯିବାରୁ ପିଲାମାନଙ୍କର ବହୁତ ଅସୁବିଧା ହେବା ଫଳରେ ପ୍ରଶାସନ ତରଫରୁ ଯୋଗେଇ ଦିଆଯାଇଛି ଏକ ଅଙ୍ଗନବାଡି କେନ୍ଦ୍ର l କିନ୍ତୁ ଦୁଃଖ ର ବିଷୟ ୭ ମାସ ହେଇଗଲା ସେମିତି ଅଧା ତିଆରି ହୋଇ ପଡିଛି ଅଙ୍ଗନବାଡି କୋଠା l ତାହା ଆଜିଯାଏ ସମ୍ପୂର୍ଣ ହୋଇ ପାରୁନାହିଁ, ଫଳରେ ଅଙ୍ଗନବାଡି ଦିଦି ପିଲା ମାନଙ୍କୁ ଗାଁ ର କମ୍ୟୁନିଟି ସେଣ୍ଟର ର ଏକ ଘରେ ପିଲାମାନଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚଲେଇଛନ୍ତି l କଣ ପାଇଁ ଅଙ୍ଗନବାଡି କୋଠା ସମ୍ପୂର୍ଣ ହୋଇ ପାରୁନି ଠିକାଦାର ସମ୍ପୂର୍ଣ କଣ ପାଇଁ କରୁନାହାନ୍ତି, ତାହା ଠିକାଦାର ଙ୍କୁ ହିଁ ଜଣା ଠିକାଦାର ଙ୍କ ଏକ ପ୍ରକାର ର ଖାମଖିଆଲି ମନୋଭାବ ଯୋଗୁଁ ଅସୁବିଧା ରେ ଛୋଟ ଛୋଟ ଶିଶୁ,ଯନ୍ତ୍ରୀ ଙ୍କ ମଧ୍ୟ ନଜର ରେ ପଡିନି l ଏହି ଅର୍ଦ୍ଧ ନିର୍ମିତ କୋଠା ଉପରେ ଜଙ୍ଗଲ ଗଛଲତା ରେ ଭର୍ତ୍ତି ହୋଇ ଯାଇଛି ଅଙ୍ଗନବାଡି କୋଠା l କେବେ ସମ୍ପୂର୍ଣ ହେବ ତାହା ଠିକାଦାର ଏବଂ ଯନ୍ତ୍ରୀ ଙ୍କ ଛଡା କାହାକୁ ଜଣା ନାହିଁ l ଏହି ବିଷୟରେ ରାଇଘର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ମୁ ଏହି ବିଷୟରେ ଜାଣିନି l ଏହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣିଛନ୍ତି, ମୁ ତାଙ୍କ ସହ କଥା ହୋଇ ଏହା ବିଷୟରେ ଆଲୋଚନା କରିବି l ଏବେ ଦେଖାଯାଉ କେବେ ତିଆରି ହୋଇ ସମ୍ପୂର୍ଣ ହୋଇ ପାରୁଛି ଅଙ୍ଗନବାଡି କେନ୍ଦ୍ର l
previous post
next post