ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

ନବରଙ୍ଗପୁର (ମସିହା)ଛୋଟ ଛୋଟ ଛୁଆ ଙ୍କ ପାଇଁ ସରକାର ଗାଁ ଗାଁ ରେ ଯୋଗେଇ ଦେଇଛନ୍ତି ଅଙ୍ଗନବାଡି ଟିଏ ଯେଉଁଠି କି ଶିଶୁ ମାନେ ୬ ବର୍ଷ ଯାଏ ଶିକ୍ଷା ଲାଭ କରି ପାରିବେ ଏହି ଉଦ୍ଦେଶ୍ୟ ରେ ସମସ୍ତ ଗାଁ ର କୋଣ ଅନୁକୋଣ ରେ ରହିଛି ଅଙ୍ଗନବାଡି ଟିଏ, ଯେଉଁଠି ଅଙ୍ଗନବାଡି ଟିଏ ନାହିଁ ସେଇଠି ତିଆରି ହେଉଛି ଅଙ୍ଗନବାଡି କେନ୍ଦ୍ର କେତେକ ଜାଗାରେ ଅଧା ତିଆରି ହୋଇ ସେମିତି ପଡ଼ିରହିଛି କାମ ସମ୍ପୂର୍ଣ ହୋଇ ପାରୁନି l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଗଞ୍ଜାପାରା ପଂଚାୟତ ର ହତିବେନା ଡି ଏନ କେ ଗ୍ରାମ ରେ ଅଙ୍ଗନବାଡି ଟିଏ ଭାଙ୍ଗି ଯିବାରୁ ପିଲାମାନଙ୍କର ବହୁତ ଅସୁବିଧା ହେବା ଫଳରେ ପ୍ରଶାସନ ତରଫରୁ ଯୋଗେଇ ଦିଆଯାଇଛି ଏକ ଅଙ୍ଗନବାଡି କେନ୍ଦ୍ର l କିନ୍ତୁ ଦୁଃଖ ର ବିଷୟ ୭ ମାସ ହେଇଗଲା ସେମିତି ଅଧା ତିଆରି ହୋଇ ପଡିଛି ଅଙ୍ଗନବାଡି କୋଠା l ତାହା ଆଜିଯାଏ ସମ୍ପୂର୍ଣ ହୋଇ ପାରୁନାହିଁ, ଫଳରେ ଅଙ୍ଗନବାଡି ଦିଦି ପିଲା ମାନଙ୍କୁ ଗାଁ ର କମ୍ୟୁନିଟି ସେଣ୍ଟର ର ଏକ ଘରେ ପିଲାମାନଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚଲେଇଛନ୍ତି l କଣ ପାଇଁ ଅଙ୍ଗନବାଡି କୋଠା ସମ୍ପୂର୍ଣ ହୋଇ ପାରୁନି ଠିକାଦାର ସମ୍ପୂର୍ଣ କଣ ପାଇଁ କରୁନାହାନ୍ତି, ତାହା ଠିକାଦାର ଙ୍କୁ ହିଁ ଜଣା ଠିକାଦାର ଙ୍କ ଏକ ପ୍ରକାର ର ଖାମଖିଆଲି ମନୋଭାବ ଯୋଗୁଁ ଅସୁବିଧା ରେ ଛୋଟ ଛୋଟ ଶିଶୁ,ଯନ୍ତ୍ରୀ ଙ୍କ ମଧ୍ୟ ନଜର ରେ ପଡିନି l ଏହି ଅର୍ଦ୍ଧ ନିର୍ମିତ କୋଠା ଉପରେ ଜଙ୍ଗଲ ଗଛଲତା ରେ ଭର୍ତ୍ତି ହୋଇ ଯାଇଛି ଅଙ୍ଗନବାଡି କୋଠା l କେବେ ସମ୍ପୂର୍ଣ ହେବ ତାହା ଠିକାଦାର ଏବଂ ଯନ୍ତ୍ରୀ ଙ୍କ ଛଡା କାହାକୁ ଜଣା ନାହିଁ l ଏହି ବିଷୟରେ ରାଇଘର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ମୁ ଏହି ବିଷୟରେ ଜାଣିନି l ଏହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣିଛନ୍ତି, ମୁ ତାଙ୍କ ସହ କଥା ହୋଇ ଏହା ବିଷୟରେ ଆଲୋଚନା କରିବି l ଏବେ ଦେଖାଯାଉ କେବେ ତିଆରି ହୋଇ ସମ୍ପୂର୍ଣ ହୋଇ ପାରୁଛି ଅଙ୍ଗନବାଡି କେନ୍ଦ୍ର l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକଙ୍କ କୃଷି ସମ୍ପର୍କିତ ସମୀକ୍ଷା ବୈଠକ

Sunil Chandra Nayak

ରାଉରକେଲା ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା  ସଦାନନ୍ଦ ସାହୁ – ସଭାପତି,ରାଜ କିଶୋର ପ୍ରଧାନ ଉପ ସଭାପତି ଓ ଦେବାନନ୍ଦ ତନ୍ତୀ ସଂପାଦକ ଭାବରେ ଲଗାତର ହ୍ୟାଟ୍ରିକ ବିଜୟ 

Sunil Chandra Nayak

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!