ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

କୋଲନରା: ୨୨/୦୮ ରାୟଗଡା ଜିଲ୍ଲା କୋଲନରା ବ୍ଲକ ସଦ ଭାବନା ପ୍ରକୋଷ୍ଠ ରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର କନହର ଅଧ୍ୟକ୍ଷତା କରିଥିବା ବେଳେ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଲା ପରିଷଦ ସଭ୍ୟ ଆଇ ଧବଳେଶ୍ବର ନାଇଡୁ, ବିଡ଼ିଓ ଗୌର ଚନ୍ଦ୍ର ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସି ଏଚ ଲକ୍ଷ୍ମୀ ନାରାୟଣ ପାତ୍ର, ଏପିଓ ସୁମିତ୍ରା ପାଣିଗ୍ରାହୀ ଯୋଗ ଦେଇଥିଲେ। ୧୭ ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ମନରେଗା ଯୋଜନାରେ କାମ କରୁଥିବା କୁଶଳୀ ଓ ଅଣକୁସଳି ଶ୍ରମିକ ମାନେ ଉପସ୍ଥିତ ହୋଇ ଥିଲେ। ପର୍ଯ୍ୟାୟକ୍ରମେ ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଚାଲି ଥିବା ମ ନରେଗା ଯୋଜନାର କାର୍ଯ୍ୟ ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନା ରେ ଗତ ଅକ୍ଟୋବର ୧ / ୨୦୨୨ ଠରୁ ୩୧/୩/୨୦୨୩ ମଧ୍ୟରେ ହୋଇଥିବା କାର୍ଯ୍ୟର ଶୁଣାଣୀ କରା ଯାଇଥିଲା। ଏଥିରେ ଲାଇନ ଡିପାର୍ଟ ମେଣ୍ଟ ର ଜଙ୍ଗଲ ବିଭାଗ, ଉଦ୍ୟନକୃଷି ବିଭାଗ, ମୁର୍ତ୍ତିକା ସଂରକ୍ଷଣ ବିଭାଗ ଓ ପିଏ ଆଇ ଟି ଡି ଏ ବିଭାଗର କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ଯେଉଁ ସବୁ ପଞ୍ଚାୟତ ରେ ଭଲ କାମ ହୋଇଛି ସେହି ପଞ୍ଚାୟତକୁ ଅନୁସରଣ କରି ଅନ୍ୟ ପଞ୍ଚାୟତ ଗୁଡିକ ଅଧିକ କାର୍ଯ୍ୟ କରି ଉତ୍ତମ ପ୍ରଦର୍ଶନ କଲେ ସେମାନଙ୍କୁ ସମ୍ମାନୀତ କରାଯିବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କନହର ବୁଝାଇ ଥିଲେ। ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଅଧିକାରୀ ବୁଝାଇ ଥିଲେ। ଏଥିରେ ବ୍ଲକ ସମସ୍ତ ଯନ୍ତ୍ରୀ, ଜି ପି ଓ ଅନୀଲ କୁମାର ଗମାଙ୍ଗ, ଜି ଆର ଏସ, ମେଟ ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

Sunil Chandra Nayak

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ଜୁନାଗଡ ବଳଦିଆମାଳ ଗ୍ରାମ ରେ ଟ୍ରକ୍ ଚାପ ରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!