ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବାଦଶ ତମ ନନ୍ହେକାଲାମ କି ଖୋଜ୍ ଭାରତରତ୍ନ ଡ ଏପିଜେ ଅବଦୁଲ କାଲାମଙ୍କ ୯୬ ତମ ଜୟନ୍ତୀ ପାଳନ 

ଦ୍ବାଦଶ ତମ ନନ୍ହେକାଲାମ କି ଖୋଜ୍

ଭାରତରତ୍ନ ଡ ଏପିଜେ ଅବଦୁଲ କାଲାମଙ୍କ ୯୬ ତମ ଜୟନ୍ତୀ ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଦ୍ବାଦଶତମ ନନ୍ହେକାଲାମ କି ଖୋଜ୍ ଓ ଭାରତରତ୍ନ ଡ ଏପିଜେ ଅବଦୁଲ କାଲାମଙ୍କ ୯୬ତମ ଜୟନ୍ତୀ ଏନ୍ଆଇଟି ସ୍ଥିତ ଇନ୍ଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ ରାଉରକେଲା ର ଲୋକାଲ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଆଇଟିର ପ୍ରଫେସର ଡ ଅଜିତ କୁମାର ବେହେରା, ପ୍ରଫେସର ସିଦ୍ଧାର୍ଥ ଜେନା, ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା ଉପଦେଷ୍ଟା କୁଞ୍ଜବିହାରୀ ରାଉତ, କଂଗ୍ରେସ ଡିସିସି ର ପ୍ରାକ୍ତନ ସଭାପତି ରବି ରାୟ, ସମାଜସେବୀ ରିଶି ଆର୍ଯ୍ୟ, ଅନାଦି ଚରଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଶାଇଲ ପୁରୁଷ ଭାରତରତ୍ନ ଡ ଏପିଜେ ଅବଦୁଲ କାଲାମଙ୍କ ୯୬ତମ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ଡ କାଲାମଙ୍କ ବକ୍ତବ୍ୟ ଓ ତାଙ୍କର ମାର୍ଗଦର୍ଶନ, ସେ କିପରି ଅଜାତଶତ୍ରୁ ତଥା ଭାରତ ବିକାଶ ପୁରୁଷ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ସେମାନଙ୍କର ଲକ୍ଷ୍ୟ ଓ ବିଜ୍ଞାନ ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଚଳିତ ବର୍ଷ ଶିକ୍ଷାବିତ ଅଞ୍ଜଳି ହୋତା,ସୁଲତା ପତି, ବିରେନ୍ ପତି, ପ୍ରଜ୍ଞା ପରମିତା ଦାସ, ସିଦ୍ଧାର୍ଥ ଜେନା,ଆକାଂଶା ସିଂହ ରାଜପୁତ, ପ୍ରକାଶ ଚନ୍ଦ୍ର ନାୟକ,ରିଶି ଆର୍ଯ୍ୟ, ସୁଚିତ୍ରା ଦର୍ଜୀ, କାମିନୀ ନାୟକ, ରିତାଞ୍ଜଳୀ ଦାସ,ରବି ରାୟ, ଅନାଦି ଚରଣ ସାହୁ, ଡ଼ଃ ଜ୍ଞାନେନ୍ଦ୍ର ମେହେର, ଆର୍ଯ୍ୟ ପଟ୍ଟନାୟକ,କମଲ ଅଗ୍ରୱାଲ ପ୍ରମୁଖଙ୍କୁ ଡ ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆକ୍ଚିଭର ଆୱର୍ଡ ୨୦୨୬ ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଧନଲକ୍ଷ୍ମୀ ବେହେରା ଓ ଇନ୍ଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ହାଇସ୍କୁଲର୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ

masiha

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

Sunil Chandra Nayak

୧- ନିମ୍ନମାନର କାମ ଅଭିଯୋଗ,ଫାଟିଗଲା କଂକ୍ରିଟ ରାସ୍ତା,୨- ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ, ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ,୩- ନିଶା .. ଖାଇବାକୁ ଚୋରି , ଚଟୁ,ଡେକ୍‌ଚି ବି ଛାଡୁ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!