ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ବିରଳ ପ୍ରଜାତିର ଫୁଲ

ନବରଙ୍ଗପୁର–(ମସିହା)ଆମ ପୃଥିବୀ ରେ କଣ ବା ନ ଘଟୁଛି l କେଉଠି ନା କେଉଁଠି କିଛି ଅଦ୍ଭୁତ ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି l ଲୋକେ ବହୁ ବିଚିତ୍ର ବସ୍ତୁମାନ ଦେଖୁଛନ୍ତି l ସେହି ଭିତରେ ମନୁଷ୍ୟ ହେଉ ଅବା ପଶୁ ବିଭିନ୍ନ ବିରଳ ପ୍ରଜାତିର ଦେଖିବାକୁ ମିଳୁଛି l ଆଜି ସେହିପରି ନବରଙ୍ଗପୁର ଠାରେ ଏକ ବିରଳ ପ୍ରଜାତିର ଫୁଲ ଦେଖିବାକୁ ମିଳିଛି l ଫୁଲଟି ମୂଳରୁ ଦେଖିବାକୁ ଛତୁ ଆକାରର l ତା ପରେ ଚଉଡା ଆକାରର ପାଖୁଡା ଯାହା ଅତ୍ୟନ୍ତ ଟାଣ lତା ଉପରକୁ ମଲ୍ଲି ଫୁଲ ଆକାରର କଢ ରହିଛି l ଫୁଲ ଟି ଫୁଟିଛି ନବରଙ୍ଗପୁର ସୁନାରୀ ସାହି ଅନ୍ତର୍ଗତ ଭଗବତି ଭତରା(୭୦)ଙ୍କ ଘର ବାଡିରେ l ଭଗବତି ପ୍ରତିଦିନ ନିଜ ବାଡିର ଫୁଲ ତୋଳି ବିକ୍ରି କରି ବେଶ୍ ଦି ପଇସା ପାଇ ପରିବାର ପ୍ରତିପୋଷଣ କରିଥାନ୍ତି l ଗତ ରବିବାର ଦିନ ଫୁଲ ତୋଳିବାକୁ ଗଲା ବେଳକୁ ଏହି ବିରଳ ପ୍ରଜାତିର ଫୁଲ ଫୁଟିଥିବା ଦେଖିଥିଲେ l ଏହା ଦେଖି ଭଗବତି ସମସ୍ତଙ୍କୁ ଡାକି ଫୁଲକୁ ଦେଖାଇବାରୁ କେହି ଫିଲଟିକୁ ଚିହ୍ନି ପାରି ନ ଥିଲେ l ଫୁଲ ଟି ଫୁଟିଲା ବେଳେ ଏତେ ପରିମାଣରେ ଦୁର୍ଗନ୍ଧ ବାହାରିଲା ଯେ ସେହି ସ୍ଥାନରେ ରହିବା ମୁସ୍କିଲ୍ ହେଉଥିଲା ବୋଲି ଭଗବତି ଭତରା କହିଛନ୍ତି l ଏଥି ପୂର୍ବରୁ ଥରେ ଏହି ଫୁଲ ଫୁଟି ଚାରି ରୁ ପାଞ୍ଚ ଫୁଟ ପର୍ଯ୍ୟନ୍ତ ବଢ଼ିଥିଲା l ତେବେ ତାହା କେଉଁ ଫୁଲ କେହି କହି ପାରି ନ ଥିଲେ l ପରେ ଏହା ଏକ ଛତୁ ଜାତୀୟ ଫୁଲ ବୋଲି ଜାଣି ବାକୁ ପାଇଥିଲେ l ଏହାକୁ ଆାଦିବାସୀ ଭାଷାରେ ସୁରେନ ଫୁଲ ବୋଲି କହିଥାନ୍ତି ବୋଲି ଜଣା ପଡିଲା l ଏହା ବିଶେଷ କରି ଜଙ୍ଗଲ ଓ ଗ୍ରାମାଞ୍ଚଳ ଗୁଡ଼ିକରେ ଅଧିକ ଦେଖାଯାଏ l ଏହି ଫୁଲ ଫୁଟିଲେ ବର୍ଷା ହେବ ବୋଲି ସ୍ଥାନୀୟ ଅଧିବାସୀ ମାନଙ୍କ ଧାରଣା ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

Sunil Chandra Nayak

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!