ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀପାବଳି ପାଇଁ ରାଉରକେଲା ସହରରେ ବାଣ ବିକ୍ରୟ ଜୋରଦାର ଚାଲିଛି

ଦୀପାବଳି ପାଇଁ ରାଉରକେଲା ସହରରେ ବାଣ ବିକ୍ରୟ ଜୋରଦାର ଚାଲିଛି

ରାଉରକେଲା ୭/୧୧, ଆଲୋକର ପର୍ବ ଦୀପାବଳି ପାଇଁ, ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳରେ ବାଣ ବିକ୍ରୟ ଜୋରଦାର ହୋଇଛି। ଏଥର ସବୁଜ ବାଣ ବିକ୍ରୟର ଚାହିଦା ଅଧିକ ରହିଛି। ଅନ୍ୟପକ୍ଷରେ, ଏଥର ସହରରେ ପାନପୋଷ ମାର୍କେଟ, ଫର୍ଟିଲାଇଜର ମାର୍କେଟ, ଉଦିତନଗର ମ୍ୟୁନିସିପାଲ୍ କଲେଜ ପାଖ ପଡ଼ିଆ, ମହତାବ ରୋଡର ଇଦଗା ପଡ଼ିଆ ସାମ୍ନା ଦୁର୍ଗା ପୂଜା ପଡ଼ିଆରେ ବାଣ ଦୋକାନ ଖୋଲାଯାଇଛି। ସେହିପରି ସେକ୍ଟର-୧୩ ମେଲଣ ପଡ଼ିଆ, ଟେଲିଫୋନ୍ ଭବନ ପଡ଼ିଆରେ ବାଣ ଦୋକାନ ଖୋଲାଯାଇଛି। ତାଳ ବାଣ, ସ୍ପାର୍କଲର, ଅନାର ଚକ୍ରୀ, ଚକୋଲେଟ୍ ବମ୍, ରକେଟ୍, ସ୍କାଏ ବମ୍, ଡବଲ୍ ସାଉଣ୍ଡ ବାଣ ଏବଂ ଅନ୍ୟାନ୍ୟ ବାଣ ବିକ୍ରୟ ଜୋରଦାର ଚାଲିଛି। ଏଥର ଯୁବପିଢ଼ି ସବୁଜ ବାଣ ବିଶେଷ କିଣୁଛନ୍ତି। ଟାଇଗର ବମ୍ ଏବଂ ଅନ୍ୟାନ୍ୟ ବାଣ ବିକ୍ରୟ ଜୋରଦାର ଚାଲିଛି। ଆଜି, ଶନିବାର, ଛୋଟ ଦୀପାବଳି ଯୋଗୁଁ ବାଣ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି, ଦୋକାନୀମାନେ ଦୋକାନ ପାଖରେ ବାଲି ଏବଂ ଅଗ୍ନି ସିଲିଣ୍ଡର ମଧ୍ୟ ରଖିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

Leave a Comment

error: Content is protected !!