ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ୟୁଚର ଷ୍ଟାର୍‌ର ଆଉ ଏକ ସଫଳତା, ସଫେଇ କର୍ମଚାରୀଙ୍କ ଝିଅ ସୁମିତ୍ରା,ଖେଳିବେ ଦେଶ ପାଇଁ 

ଫ୍ୟୁଚର ଷ୍ଟାର୍‌ର ଆଉ ଏକ ସଫଳତା, ସଫେଇ କର୍ମଚାରୀଙ୍କ ଝିଅ ସୁମିତ୍ରା,ଖେଳିବେ ଦେଶ ପାଇଁ 

ରାଇରଙ୍ଗପୁର – ତା ୦୭/୧୧ ; ମୟୂରଭଞ୍ଜ ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗର୍ବର ବିଷୟ I ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ, ମୟୂରଭଞ୍ଜର ଖେଳାଳି ସୁମିତ୍ରା ମୁର୍ମୁ ୨୦ ବର୍ଷରୁ କମ ଭାରତୀୟ ମହିଳା ରଗବି ସେଭେନ୍ସ ଦଳରେ ସ୍ଥାନ ପାଇଛନ୍ତି I ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏସିଆ ରଗବି ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ୨୦୨୬ ପ୍ରତିଯୋଗିତାରେ ସୁମିତ୍ରା ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ I ଏକାଡେମୀରେ ପ୍ରଶିକ୍ଷଣ ନେଇ ନିଜର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସୁମିତ୍ରା ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ଚୟନ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ସହିତ ସମଗ୍ର ମୟୂରଭଞ୍ଜ ଓ ଓଡ଼ିଶା ପାଇଁ ଗୌରବ ଆଣିଦେଇଛି I ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ପ୍ରତିଭାବାନ ପିଲାମାନଙ୍କୁ କ୍ରୀଡ଼ା ମାଧ୍ୟମରେ ଉଚ୍ଚସ୍ତରକୁ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଏକାଡେମୀର ଏହି ସଫଳତା ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ନୂଆ ପ୍ରେରଣା ଯୋଗାଇବ I ପ୍ରକାଶ ଥାଉକି ବାରିପଦା ମୁନିସିପାଲିଟିର ସଫେଇ କର୍ମଚାରୀ ରାମ ମୁର୍ମୁଙ୍କ ଝିଅ ସୁମିତ୍ରା ଏହା ପୂର୍ବରୁ ୧୮ ବର୍ଷରୁ କମ ଭାରତୀୟ ମହିଳା ରଗବି ଦଳରେ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ I ସୁମିତ୍ରାଙ୍କ ଏହି ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଯୁବ ସମାଜସେବୀ ରାକେଶ ସିଂ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ଦୁଇ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମୟୂରଭଞ୍ଜ ଜିଲ୍ଲା ରଗ୍‌ବୀ ସଂଘ, ଓଡ଼ିଶା ରଗ୍‌ବୀ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ସମସ୍ତ ଖେଳାଳି ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

Sunil Chandra Nayak

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!