ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବି ପୂରଣ ନହେଲେ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରି ମହାସଂଘ ପକ୍ଷରୁ ଡ଼ିସେମ୍ବର ୫ତାରିଖରେ ଧାରଣା

ଦାବି ପୂରଣ ନହେଲେ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରି ମହାସଂଘ ପକ୍ଷରୁ ଡ଼ିସେମ୍ବର ୫ତାରିଖରେ ଧାରଣା

ରାୟଗଡ଼ – ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ରାୟଗଡ଼ ଶାଖା ସମ୍ମୁଖରେ ୬ଗୋଟି ଦାବୀ ଗୁଡ଼ିକ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଦାବି ଗୁଡ଼ିକ ହେଲା କଳା ତାଲିକା ଭୁକ୍ତ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି କରିବା ସହିତ ୨୦୧୮ମସିହା ଠାରୁ ଆକ୍ରସମୂଳକ ଭାବେ ଶିକାର ହୋଇଥିବା କର୍ମଚାରୀ ମାନଙ୍କ ବଦଳି ଓ ବହିସ୍କାର ଆଦେଶ କୁ ପ୍ରତ୍ୟାହାର କରିନେଵା, ଚିଠି ସଂଖ୍ୟା ୧୪୪୬୯/୦୫-୧୨-୨୦୧୫ଏଵଂ ୭୮୫୪/ ୨୮-୦୬-୨ ୦୧୬କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପଡ଼ିବ।, ସପ୍ତମ ବେତନ କମିଶନ ଆଧାରରେ କର୍ମଚାରି ମାନଙ୍କୁ ଦରମା ପ୍ରଦାନ କରିବା, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ର ଆଦେଶ ଅନୁଯାୟି ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ଅତିରିକ୍ତ ଶାସନ ସଚିବଙ୍କ ନିକଟରେ ପ୍ରଦାନ କରାଯାଇଥିବା (ଶ୍ରୀ ପ୍ରଶାନ୍ତ କୁମାର ହୋତା, ରବୀନ୍ଦ୍ର କୁମାର ବେହେରା ଙ୍କ ) ବିରୁଦ୍ଧରେ ଅଭିଯୋଗକୁ ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହିସବୁ ଦାବି ଗୁଡ଼ିକ ଅତିଶିଘ୍ର ପୂରଣ କରିବାକୁ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି। କିନ୍ତୁ, ସଂଘର ବିଭିନ୍ନ ପ୍ରକାର ସମସ୍ୟା ନେଇ ୧୫ଦିନ ହେଲା ଓଡ଼ିଶା ରାଜ୍ୟ ପରିବହନ ବିଭାଗକୁ ଜଣାଇ ଥିଲେ ସୁଦ୍ଧା; କୌଣସି ପ୍ରକାର ଆଲୋଚନା କିମ୍ୱା ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ଦାବି ପୂରଣ ନହେଲେ ଆସନ୍ତା ଡ଼ିସେମ୍ବର ମାସ ୫ତାରିଖ ମୁଖ୍ୟ କାର୍ଯ୍ୟାଳୟର ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ “ଧାରଣା”ଦିଆଯିବ ବୋଲି ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଜଣାଇ ଦେଇଛନ୍ତି ସାଧାରଣ ସଂମ୍ପାଦକ କାଳୁ ଚରଣ ଗୌଡ଼।। ଏହି ସମ୍ମିଳନୀରେ ଜନ ସାଧାରଣ ଓ କର୍ମଚାରୀ କୌଣସି ପ୍ରକାର ଅସୁବିଧାର ସମ୍ମୁଖିନ ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଷ୍ଟେସନ ମାଷ୍ଟର କିଶୋର ଚନ୍ଦ୍ର ମିଶ୍ର, ନୀଳକଣ୍ଠ ମିଶ୍ର, ଶ୍ରୀନିବାସ ରାଓ, କେ. ଭାନୁ ପ୍ରସାଦ, ଗୁପ୍ତେଶ୍ୱର ଗୌଡ଼, ଏସ.କେ.ହୁସେନ୍ କାନ୍ତା ଶିବାଜୀ, ରଶ୍ମି ସାହୂ, ଭି. କିଶୋର କୁମାର୍ ରାଜୁ ତଥା ଅନ୍ୟ କର୍ମଚାରୀଙ୍କ ସମେତ ମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିୟାନ ସମ୍ମାନ ସମାରୋହ ରାୟଗଡାରେ ଆୟୋଜିତ – ଏକତ୍ର ଉଦ୍ୟମର ସମ୍ମାନ

Sunil Chandra Nayak

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!