ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ 

ଡାବୁଗାଁ, ୨୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ କୋଇଲାରୀ ଗ୍ରାମ ପଞ୍ଚାୟତ ର ସାନକୋଇଲାରୀ ଗ୍ରାମରେ ବୁଧବାର ନିଆଁ ଲାଗି ୧ ଟି ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ସାନକୋଇଲାରୀ ଗ୍ରାମର ଚନ୍ଦ୍ର ମାଝୀ ଙ୍କ ଦେଢ ଏକର ଜମିରେ ଚାଷ ହୋଇଥିବା ଧାନ ନିଜ ଜମିରେ ଖଳା କରି ଧାନ ଗଦା କରି ରଖିଥିଲେ | ଆଜି ପ୍ରାୟ ଅପରାହ୍ନ ୨ ଘ. ସମୟରେ କୌଣସି କାରଣ ରୁ ଧାନ ଗଦାରେ ନିଆଁ ଲାଗି ଯାଇଥିଲା | ନିଆଁ ଲାଗି ଧାନ ଗଦା ପୋଡି ଯାଉଥିବା ଦେଖି ସେଠାରେ ଗାଈ ଚରାଉଥିବା ଗାଈ ଚରାଳିମାନେ ଦେଖି ଧାନ ଗଦା ମାଲିକ ଙ୍କୁ ଖବର ଦେଇଥିଲେ l ଜମି ମାଲିକ ସଙ୍ଗେ ସଙ୍ଗେ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ |ଡାବୁଗାଁ ଦମକଳ ଗାଡି ଖରାପ ଥିବାରୁ ସେମାନେ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ l ସେଠାରୁ ଦମକଳ ଗାଡି ଆସି ଅଗ୍ନି କୁ ଆୟତ୍ତ କରିଥିଲେ l କିନ୍ତୁ ଦମକଳ ଗାଡି ପହଞ୍ଚିବା ବେଳକୁ ଧାନ ଗଦା ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା | ଯଦି ଦମକଳ ଗାଡି ଠିକ ସମୟରେ ପହଞ୍ଚି ଥାନ୍ତା ତାହାଲେ ଏତେ ପରିମାଣର କ୍ଷତି ହୋଇ ନ ଥାଆନ୍ତା l ଯେହେତୁ ପାପଡାହାଣ୍ଡି ଦମକଳ କେନ୍ଦ୍ର ଡାବୁଗାଁ ରୁ ୨୦ କିମି ଦୁରତ୍ଵ,ନିଆଁ ଲାଗିଥିବା ସ୍ଥାନରୁ ୩୧ କିମି ଦୂର ହେବ l ଏପରି ଦୁର୍ଯୋଗ ସମୟରେ ଡାବୁଗାଁ ଦମକଳ ଗାଡି ଡାବୁଗାଁ ଦମକଳ ଗାଡି ଖରାପ ଥିବାରୁ ଚାଷୀର ଅଧିକ କ୍ଷତି ହୋଇଛି l ପ୍ରାୟ ୨୦ କୁଇଣ୍ଟାଲ ରୁ ଊର୍ଦ୍ଧ୍ଵ ଧାନ ନଷ୍ଟ ହୋଇଯାଇଛି | ଯାହାକି ଚଳିତ ବର୍ଷର ସରକାରୀ ଦର ହିସାବରେ ୬୨ ହଜାରରୁ ଅଧିକ ହେବ|

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

Sunil Chandra Nayak

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!