ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଲାଞ୍ଜିଗଡ଼,୧୦/୦୫(ମନିସ) ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ! ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ମନୋହର ହରପାଲ, ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ଯୁବନେତା ହିମାଦ୍ରୀ ପେସନିଆ, ସୌରଭ ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ! ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ ସ୍ବାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିଲେ ! ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମିଡିଆ ସେଲ୍ ଇନଚାର୍ଜ ସନ୍ତୋଷ ତୁଳ, ବିଜେଡି ନେତା ତରୁଣ କୁମାର ଦାସ, ପ୍ରସନ୍ନ କୁମାର ପରିଡ଼ା, ହରିଶଙ୍କର ପାତ୍ର, ମନୋରଞ୍ଜନ ବିଶି, ସୁରେନ୍ଦ୍ର ମାଝୀ, ବନମାଳୀ ଦଳେଇ, ରୂପେନ୍ଦ୍ର ଛତ୍ରିଆ, ସଞ୍ଜୀବ ପଣ୍ଡା, କିରଣ ମାଝୀ, ବୀର ବେନିଆଁ, ବିଶିକେଶନ ଆର୍ଯ୍ୟ, ସେନାପତି ରଣାଙ୍କ ସମେତ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ତଥା ଲାଞ୍ଜିଗଡ଼ ବ୍ଲକର ୧୩ଗୋଟି ପଞ୍ଚାୟତରୁ ତିନିଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିଲେ ! ଏଇ ଅବସରରେ ବିଜେଡି ସରକାରର ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା ! 

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି ,କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ

masiha

ଦଳଡ଼ିଆଁ ନେତାଙ୍କ ବଳରେ ବଳୀୟାନ ହୋଇପାରିବନି ଦଳ

masiha

ପ୍ରାର୍ଥୀଙ୍କ ପାଇଁ ଦିନ ବେଳେ ପ୍ରଚାର ରେ ବାଧକ ସାଜୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ରାତ୍ର ସମୟ ରେ ପ୍ରାର୍ଥୀ ମାନେ ଗ୍ରାମ କୁ ଗ୍ରାମ ଓ ସାହି କୁ ସାହି ବୁଲି ବୈଠକ କରି ଭୋଟ ଭିକ୍ଷା କରୁଛନ୍ତି

masiha

Leave a Comment

error: Content is protected !!