ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରାର୍ଥୀଙ୍କ ପାଇଁ ଦିନ ବେଳେ ପ୍ରଚାର ରେ ବାଧକ ସାଜୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ରାତ୍ର ସମୟ ରେ ପ୍ରାର୍ଥୀ ମାନେ ଗ୍ରାମ କୁ ଗ୍ରାମ ଓ ସାହି କୁ ସାହି ବୁଲି ବୈଠକ କରି ଭୋଟ ଭିକ୍ଷା କରୁଛନ୍ତି

ପ୍ରାର୍ଥୀଙ୍କ ପାଇଁ ଦିନ ବେଳେ ପ୍ରଚାର ରେ ବାଧକ ସାଜୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ରାତ୍ର ସମୟ ରେ ପ୍ରାର୍ଥୀ ମାନେ ଗ୍ରାମ କୁ ଗ୍ରାମ ଓ ସାହି କୁ ସାହି ବୁଲି ବୈଠକ କରି ଭୋଟ ଭିକ୍ଷା କରୁଛନ୍ତି

ରାୟଗଡା ୫/୦୫ ରାୟଗଡା ଜ଼ିଲ୍ଲାରେ ପ୍ରଥମ ପର୍ଯ୍ୟାୟ ର ମତଦାନ ଆସନ୍ତା ୧୩ ତାରିଖ ଧାର୍ଯ୍ୟ ହୋଇ ଥିବାବେଳେ ପ୍ରଚାର କାର୍ଯ୍ୟ ପାଇଁ ଅଳ୍ପ କେଇ ଦିନ ହାତରେ ରହି ଯାଇଛି I କିନ୍ତୁ ନେତା ମାନଙ୍କ ପ୍ରଚାରରେ ବାଧକ ସାଜିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଯେଉଁ ଭଳି ଭାବେ ନେତା ମାନେ ପ୍ରଚାର ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲେ ଅନେକ ସ୍ଥାନରେ ତାହା ହୋଇପାରୁ ନଥିବା ଲକ୍ଷ କରାଯାଇଛି । ଜ଼ିଲ୍ଲା ରେ ତାପମାତ୍ର ଦିନବେଳେ ୪୨ ଡିଗ୍ରୀ ରହୁ ଥିବା ବେଳେ, କିଛି ଦିନ ଏହିପରି ତାପମାତ୍ରା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ନାମା ଆଗୁଆ ଜାରି କରି ସାରିଛି ।ଏଭଳି ଖରା ସାଙ୍ଗରେ ଗୁଳି ଗୁଳି ରେ ନେତାଙ୍କ ପ୍ରଚାର ଫିକା ପଡିଗଲାଣି। ପ୍ରଚଣ୍ଡ ରୌଦ୍ରତାପ ଦେଖି ନେତା ମାନେ ବି କର୍ମୀ ମାନଙ୍କୁ ପ୍ରଚାର କାର୍ଯ୍ୟକ୍ରମ ରେ ଡାକି ବାକୁ ସାହସ ଜୁଟେଇ ପାରୁ ନାହାନ୍ତି I ଠିକ ଭାବେ ପ୍ରଚାର ହେଉ ପାରୁନଥିବା ଲକ୍ଷ କରାଯାଉଛି । ଯଦିଓ କଂଗ୍ରେସ ଓ ବିଜେଡି ବଡ ବଡ ଜଣସମାବେଶ ସଫଳତା ର ସହ ଆୟୋଜନ କରିଛି କିନ୍ତୁ ସେଠାକୁ ଅତି ସତର୍କତା ସହ ଲୋକଙ୍କୁ ଅଣାଯାଉଛି । ସେମାନଂକ ପାଇଁ ଯିବା ଆସିବା ପାଇଁ ଗାଡି ମୋଟର ବ୍ୟବସ୍ତା ସହ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପିଇବା ପାଣି ସହିତ ଛାଇ ବନ୍ଦୋବସ୍ତ କରି ଅଧିକା ଖର୍ଚ୍ଚାନ୍ତ ହେଉଥିବା ଜଣାଯାଇଛି । ଅତ୍ୟଧିକ ଗରମ ଯୋଗୁଁ ଯୁବକ ମାନେ ଗାଡି ମୋଟର ରେ କୋଣସି ପ୍ରକାରେ ଆସି ଯୋଗ ଦେଉଥିବା ବେଳେ କିଛି ଅଘଟଣ ଘଟିବା ଭୟ ରେ ନେତା ମାନେ ଵି ମହିଳାଙ୍କୁ ନେଇ ପଦଯାତ୍ରା କିମ୍ବା ସଭା ଯାତ୍ରା କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଜ଼ିଲ୍ଲା ରେ ଜାରି ରହିଥିବା ଗ୍ରୀଷ୍ମ ପ୍ରଭାବ ଯେଭଳି ନେତାଙ୍କୁ ଗଣିତ ବିଗାଡୁଛି ତାହା ଜାରି ରହିଲେ ଅନେକ ନେତା ପ୍ରଚାର ସମସ୍ୟାରସମୁଖୀନ ହେବେ। ସାରା ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିଥିବା ଯୋଗୁଁ ବିଭିନ୍ନ ଦଳୀୟ ନେତୃବୃନ୍ଦ ବିଳମ୍ବିତ ରାତ୍ର ରେ ଗ୍ରାମକୁ ଗ୍ରାମ ସାହି କୁ ସାହି ବୁଲି ବୈଠକ ମାନ କରି ଭୋଟ ଭିକ୍ଷା କରୁଥିବା ଦେଖା ଯାଉଛି I ହେଲେ ଦିନ ବେଳେ ପ୍ରଚାର ରେ ଯେଭଳି ଜନସମାଗମ ହୋଇଥାନ୍ତି ତାହା ରାତ୍ର ସମୟ ରେ ହେଉନଥିବା ଜଣାପଡୁଛି। ଏହା ଏବେ ପ୍ରାର୍ଥୀ ଙ୍କ ପାଇଁ ଚିନ୍ତା ର କାରଣ ହେଲାଣି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଟାକଟାରେ ବିଜେପିର ମୋଦୀ ମହୋତ୍ସବ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର 

masiha

ବିଜେଡିର ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୩ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ *ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ: ସୁରେଶ ପୂଜାରୀ*

Sunil Chandra Nayak

Leave a Comment

error: Content is protected !!