ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଗବତ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଉତ୍ସବ ରେ ଠାକୁର ଅଭିରାମ ପରମହଂସଙ୍କ ସତ୍ ସଙ୍ଗ ଅନୁଷ୍ଠିତ

ଭାଗବତ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଉତ୍ସବ ରେ ଠାକୁର ଅଭିରାମ ପରମହଂସଙ୍କ ସତ୍ ସଙ୍ଗ ଅନୁଷ୍ଠିତ

ରାଜନଗରର ‐ ତା ୦୬/୦୫/୨୦୨୪ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମ଼ହକୁମା ସ୍ଥିତ ରାଜନଗରର ଉଜ୍ଜ୍ବଳ ବ୍ଯକ୍ତିତ୍ବ,ସାଧୁପ୍ରତିମ ଭକ୍ତିପ୍ରାଣ ସ୍ବର୍ଗତ ଭାଗବତ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଆଜି ଶତାଧିକ ନେତା ଓ ମାନ୍ୟଗଣ୍ୟ ଲୋକଙ୍କ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀରେ ତାଙ୍କ ବାସଭବନ ପରିସରରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସାଧୁ ଶ୍ରୀ ଅଭୟ ଦାସଙ୍କ ପୌରୋହିତ୍ଯରେ ଗଳିଦାଣ୍ଡ ନିକଟସ୍ଥ ଶ୍ରୀ ଶ୍ରୀ ମା ବୁଢୀମଙ୍ଗଳା ଠାକୁରାଣୀଙ୍କ ପ୍ରାଙ୍ଗଣରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ମେଳା ଓ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହି ଆଧ୍ଯାତ୍ମିକ ସମାବେଶରେ ସାଧୁ ଶ୍ରୀ ଦୟାନିଧି ଦାସଙ୍କ ସମେତ ଅନ୍ଯ ଭକ୍ତଭାଇମାନେ ବିପୁଳ ସଂଖ୍ଯାରେ ଯୋଗ ଦେଇ ତାଙ୍କ ଦିବ୍ଯ ଜୀବନର ଅମରତ୍ବ କାମନା କରିଥିଲେ। ଏହି ଅବସରରେ ଶିଳ୍ପୀ ଅମରେଶ ମହାରଣାଙ୍କ ଉଦ୍ଯମରେ ଏକ ଭଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପରେପରେ ସାଧୁ ଶ୍ରୀ ଅଭୟ ବାବାଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ଅଭିରାମ ସାହୁ,ପତ୍ରକାର ସୁକାନ୍ତ କୁମାର ବେହେରା,ସମାଜସେବୀ କୃପାସିନ୍ଧୁ ସାମଲ,ସେନା କର୍ମଚାରୀ ଗଗନ ବିହାରୀ ସ୍ବାଇଁ ଓ ଭିକାରି ଚରଣ ବଳ ପ୍ରମୁଖ ଦିବଂଗତ ଲେଙ୍କାଙ୍କ ଅମାୟିକ ବ୍ଯକ୍ତିତ୍ବ,ସଂସ୍କାରଶୀଳ ବ୍ଯବହାର,ବୃତ୍ତିଗତ ଜୀବନର ସାଧୁତା ଓ ଆଧ୍ଯାତ୍ମିକ ଭାବଧାରା ଉପରେ ଆଲୋକପାତ କରିଥିଲେ। ଶେଷରେ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା। ତାଙ୍କ ସୁପୁତ୍ର ଉମେଶ ଓ ସୁରେଶ ସମସ୍ତ କାର୍ଯ୍ଯ ଶୃଙ୍ଖଳିତ ଭାବେ ବୁଝୁଥିଲେ ଏବଂ ବୁଢୀମଙ୍ଗଳା ଗ୍ରାମ୍ଯ କମିଟିର କର୍ମକର୍ତ୍ତାମାନେ ଏହି କାର୍ଯ୍ଯକ୍ରମରେ ସହାୟତା କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ମେଗା ଓଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ,ଉପକୃତ ହେବେ ୨୫ ଗୋଟି ଗ୍ରାମର ଚାଷୀ

Sunil Chandra Nayak

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

masiha

Leave a Comment

error: Content is protected !!