ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଟକ ସଦର ମାଟିର ଶାଶ୍ଵତ ସ୍ପନ୍ଦନ ଇଂ.ପ୍ରକାଶ ଚନ୍ଦ୍ର ସେଠୀ 

କଟକ ସଦର ମାଟିର ଶାଶ୍ଵତ ସ୍ପନ୍ଦନ ଇଂ.ପ୍ରକାଶ ଚନ୍ଦ୍ର ସେଠୀ 

କଟକ : ସଦର ମାଟିର ବିକାଶ ନେଇ ଯେ ଅହରହ ଚେଷ୍ଟିତ, ବାସ୍ତବ ସ୍ବପ୍ନ ଦେଖନ୍ତି,ଛାତ୍ର ଜୀବନରୁ ସେବା ପ୍ରାଣ ତଥା କଟକ ସଦର ମାଟିର ବିକଶିତ ପ୍ରତିଭା,ମାଟିର ସୁଯୋଗ୍ୟ ସନ୍ତାନ ହେଇଛନ୍ତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ । ସେ ଏକା ଧାରରେ ଜଣେ ଖ୍ୟାତି ସମ୍ପନ୍ନ ଯନ୍ତ୍ରୀ,ବୈଶୟିକ ଜ୍ଞାନ କୌଶଳ ଦିଗରେ ଉଚ୍ଚ କୋଟୀର ଗବେଷକ,ସୁବକ୍ତା,ଯୁବ ସମାଜସେବୀ, ପ୍ରବୀଣ ରାଜନୀତିଜ୍ଞ ଆଉ ସର୍ବୋପରି ଉଦାର ପ୍ରାଣ ଯୁବ ପ୍ରତିଭା । ସେ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଟୁନି ସେଠୀଙ୍କ କୋଳ ମଣ୍ଡନ କରି ସଦର ବ୍ଲକ୍ କିଶନନଗର ପଞ୍ଚାୟତ ଉପକଣ୍ଠ ବିଶ୍ବାଳପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ବୁର୍ଲା ଇଞ୍ଜନିୟରିଂ କଲେଜରୁ ଉଚ୍ଚ ଶିକ୍ଷା ଲାଭକରି ବହୁ ଜାତୀୟ ଆନ୍ତର୍ଜାତୀୟ କମ୍ପାନୀରେ ଖୁବ୍ ଉଚ୍ଚାଙ୍ଗ ପଦବୀରେ କାର୍ଯ୍ୟ କରି ନିଜର ଅଭିଜ୍ଞତାକୁ ସଫଳ କରିବା ସହ ଜ୍ଞାନର ପରିସୀମା ବୃଦ୍ଧି କରିଛନ୍ତି । ସଦର ମାଟିରେ ସେବାର ଆଦର୍ଶ ମହନୀୟ ଚିନ୍ତା ଚେତନା ନେଇ ସେ ଏକ ସାମାଜିକ ସଙ୍ଗଠନ “ଉତ୍କଳ ବିକାଶ ପରିଷଦ” ଗଠନ କରି ସମାଜ ସେବାରେ ବ୍ରତୀ ଓ ଏକ ସଫଳ ମାନବ । ଯୁବପିଢୀଙ୍କ ପାଇଁ ସେ ଉଦାହରହଣୀୟ ବ୍ୟକ୍ତିତ୍ଵ ।ତାଙ୍କ ଅନନ୍ୟ କୃତିତ୍ଵର ଶିକୃତି ସ୍ୱରୂପ ସେ ଅନେକ ସଙ୍ଗଠନ ପକ୍ଷରୁ ସମ୍ବର୍ଧିତ ଏକ ଚିର ସବୁଜ ବ୍ୟକ୍ତିତ୍ଵ । ସେ ପିଲାଦିନୁ ନିଜ ଅଂଚଳର ପୂର୍ଣ୍ଣାଙ୍ଗ ବିକାଶ,ଶିକ୍ଷା ଓ ମେଧା ପ୍ରତିଭାଙ୍କ ବିକାଶ ଦିଗରେ ସାଧନାରତ । 

ସେ ଚଲିତ ନିର୍ବାଚନ ରେ କଟକ ଜିଲ୍ଲା ସଂସଦୀୟ କଟକ ସଦର ବ୍ଲକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ତାଂକ ସେବା,ସଦର ମାଟି ପାଇଁ ତ୍ୟାଗ, ସଦର ମାଟିକୁ ବିକାଶତମ କରିବାରେ ନିସ୍ୱାର୍ଥପର ସ୍ୱପ୍ନକୁ ବାସ୍ତବ ରୂପରେଖ ଦେବାରେ ସମସ୍ତ ସଦର ବାସୀ ତାଂକୁ ବିପୁଳ ସଂଖ୍ୟାରେ ମତଦାନ କରି ବିଜୟୀ କରିବେ ଏତିକି ଆମେ ଆଶାବାଦୀ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

masiha

ଖଣ୍ଡପଡା ଏସ୍ଡିପିଓଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ପ୍ରସଙ୍ଗ ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଏସ୍ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

Sunil Chandra Nayak

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

Sunil Chandra Nayak

Leave a Comment

error: Content is protected !!