ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ନଡା ଗଦାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗୋଟାଏ ପରିବାର 

ବସ୍ତା, ୧୮/୦୫ :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶନିବାର ରାତି ୮ଟା ସମୟରେ ଗରିପୁର ଗ୍ରାମରେ ନଡା ଗଦାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗୋଟାଏ ପରିବାର l ସୂଚନା ଅନୁଯାୟୀ ଏହି ଗ୍ରାମର ଚଇନ ମୁର୍ମୁଙ୍କ ଘର ପାଖରେ ରେ ଥିବା ନଡା ଗଦାରେ ହଠାତ ନିଆଁ ଲାଗିଯାଇଥିଲା l ଫଳରେ ନିଆଁ କୁ ଲିଭାଇବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିପାରିନଥିଲି l ଫଳରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ପାଖରେ ଥିବା ଗୋଟାଏ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି।

===============================

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,୧୯/୦୫: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରବିବାର ଅପରାହ୍ନ ସମୟରେ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତା ପେଜଗଳା ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ଟ୍ରକ ଗାନ୍ଧିଛକ ରୁ ବାହାରି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

=================================

ଭାରସାମ୍ୟ ହରାଇ ପୋଲର ବାଡକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତ୍ତିଲେ ଦୁଇଜଣ ଯୁବକ 

ବସ୍ତା,୧୯/୦୫ : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରବିବାର ଅପରାହ୍ନ ସମୟରେ ପୁଟୁରା ଛକ ନିକଟରେ ଭାରସାମ୍ୟ ହରାଇ ପୋଲର ବାଡକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଜଣ ଯୁବକ l ସୂଚନା ଅନୁଯାୟୀ ଉକ୍ତ କାର ଟି ସିଂଲା ଅଭିମୁଖେ ଯାଉଥିବା ବେଳେ ପୁଟୁରା ଛକ ନିକଟରେ ଭାରସାମ୍ୟ ହରାଇ ପୋଲର ବାଡ଼ କୁ ଧକ୍କା ଦେଇଥିଲା l ଫଳରେ କାର ରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

ଶୋଚନୀୟ ଅବସ୍ଥାରେ ସୁରୁପି ଠାରୁ ଲୋହାରି ଗଡ଼ା ରାସ୍ତା !!!

Sunil Chandra Nayak

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

Leave a Comment

error: Content is protected !!