ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲି /ଗୋଡ଼ି ଦଲାଲ ସକ୍ରିୟ,ବିଭାଗୀୟ ଅଧିକାରୀ ସ୍ଥାଣୁ

ବାଲି /ଗୋଡ଼ି ଦଲାଲ ସକ୍ରିୟ,ବିଭାଗୀୟ ଅଧିକାରୀ ସ୍ଥାଣୁ

ଯୋଡ଼ା – ଦୀର୍ଘ ଦିନ ଧରି ,ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁପଣ ନିମନ୍ତେ ସହରରେ ଖୁବ ଜୋରରେ ଚାଲିଛି ବାଲି,ଗୋଡ଼ି ଦଲାଲଙ୍କ ସକ୍ରୀୟତା ବଢିବାରେ ଲାଗିଛି। ସହର ମଧ୍ୟେ ,ସ୍ଥାନେ ସ୍ଥାନେ ଗଢି ଉଠିଛି ଏକାଧିକ ବାଲି,ଗୋଡିର (ଚିପ୍ସ ପଥର)ଛୋଟ ବଡ ଡିପୋ। ତଥାବି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବାର ନାମ ଧରୁନି।ତେବେ ଦେଖିବାକୁ ଗଲେ ପ୍ରମୁଖ କେତେକ ଦଲାଲଙ୍କ ପାଇଁ ସହରରେ ବସ ବାସ କରୁଥିବା ବହୁ ସାଧାରଣ ଲୋକେ ବାରମ୍ବାର ହିନସ୍ଥା ହେବାକୁ ଲାଗିବା ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ସ୍ଥାଣୁପଣ ଅନେକଙ୍କୁ ନିରାଶ କରିଛି।ତେବେ ସୂଚନା ଯୋଗ୍ୟ ଖଣି ସହରର ଯୋଡ଼ା ପୌରାଞ୍ଚଳ ସ୍ଥିତ ଏକ ନମ୍ବର ସ୍ଥିତ ଅଞ୍ଚଳ ବ୍ୟତୀତ ସହରର ଆଉ କେତକ ସ୍ଥାନ ଗୁଡିକରେ ମଧ୍ୟ ବାଲି ଗୋଡିର ଡିପୋ ଦେଖିବାକୁ ମିଳେ।ଉକ୍ତ ଡିପୋ ନିର୍ମିତ କରି କେତକ ଲାଭ ଖୋର ପବୃତିର ବ୍ୟବସାୟ କରିବା ବଦଳରେ ବଜାରରେ ଅଭାବୀ ବିକ୍ରିର ଲାଭ ଉଠାଇ ଅଞ୍ଚଳବାସୀଙ୍କୁ ଅଧିକ ଦାମରେ ଘର ନିର୍ମାଣରେ ବ୍ୟବହୃତ ବାଲି ଓ ଚିପ୍ସ ଗୋଡ଼ି ବିକ୍ରୟ ଦ୍ଵାରା ବହୁ ସାଧାରଣ ଶୋଷଣ ହୋଇଥାନ୍ତି। ଏହିପରି ବାଲି ଗୋଡ଼ି ଚଢ଼ା ଦରରେ ବିକ୍ରୀ କରି ବହୁ ଦଲାଲ ସଂପ୍ରଦାୟର ଅଞ୍ଚଳରେ ବଡ଼ ବଡ ସେଠ ବନି,ନିଜର ସମ୍ପତି ବଢାଇ କୋଠା,ଗାଡ଼ି,କାର ହାସଲରେ ଲିପ୍ତ।ଯଦି ବିଭାଗୀୟ ଅଧିକାରୀ ଯଥା ସମ୍ଭବ ଉକ୍ତ ଦଲାଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ସାଧାରଣ ଲୋକ ଅସ୍ଵସ୍ଥି ପାଇ ନିଜ ପରିବାର ପାଇଁ ଏକ ସାଧାରଣ ଘର ନିର୍ମାଣ ସରଳ ହୋଇପାଇବ ବୋଲି ବୁଦ୍ଧିଯିବି ମହଲରେ ତୀବ୍ର ପ୍ରତିକ୍ରିୟା ପାଏ।

ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ 

 

Related posts

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!