ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶରେ ସ୍ନାନ ମଣ୍ଡପରୁ ନିଳାଦ୍ରୀ ବିଜେ ଆଲୋଚନାଚକ୍ର ଓ ଭାବରେ ଭାବରେ ଶ୍ରୀଜଗନ୍ନାଥ ଶୀର୍ଷକ ଉପରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଇଡିଏଲ ନିକଟସ୍ଥ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶାଖା ର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ଶିକ୍ଷାବିତ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ବ ଓ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର ଙ୍କ ଆବାହକତ୍ଵ ଓ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ମୁଖ୍ୟ ଅତିଥି,ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା କବୀ ବିଜୟିନୀ ଜେନା ବିଷୟ ବିଶେଷଜ୍ଞ ଓ ଅନ୍ୟତମ ସହ ସମ୍ପାଦିକା ଶ୍ବେତଲିନା ଶତପଥୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ମହାପ୍ରଭୁଙ୍କ ସ୍ନାନ,ଗୋଟି ପହଣ୍ଡି ଓ ଧାଡି ପହଣ୍ଡି, ପ୍ରତ୍ୟକ୍ଷ ଓ ପରୋକ୍ଷ ସ୍ନାନ, ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା, ତାଙ୍କ ଲୀଳା କିପରି ରହସ୍ୟାବୃତ୍ତ,ସେ କିପରି ଆମ ପ୍ରାଣ ର ସାହିତ୍ୟ ସଂସ୍କୃତିର ମୂଳ ଆଧାର ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ସେହିପରି ଶୁଚିସ୍ମିତା ଙ୍କ ସଂଯୋଜନାରେ କବିତା ଆସରରେ ସର୍ବଶ୍ରୀ କରୁଣାକର ସାହୁ,ଶ୍ରୀନାଥ ଚନ୍ଦ୍ର ନାୟକ, ସୁବର୍ଣ୍ଣା ଦତ୍ତ, ଆରତୀ ବେହେରା, ସୁନିତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ସବିତା ଦାସ,ସାହିଲ ପ୍ରଧାନ, ଶ୍ବେତଲିନା ଶତପଥୀ,ଶୁଚିସ୍ମିତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସୀ ସାହୁ,ମାଧୁରୀ ପ୍ରଧାନ,ପ୍ରତିଭା ଦାଶ ମୋହିନୀ,ରୀତାରାଣୀ ପ୍ରଧାନ, ଅନ୍ନପୂର୍ଣ୍ଣା ଟୁଡୁ, ମନୋଜ କୁମାର ଚୈ।ଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

Sunil Chandra Nayak

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

masiha

Leave a Comment

error: Content is protected !!