ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ
ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ
ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନକୂଲ୍ୟରେ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଏବଂ ବିଜ୍ଞାନ ଭିତ୍ତିକ କବିତା ପାଠ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ଅନଙ୍ଗ କୁମାର ପ୍ରହରାଜ ଏବଂ ବିଶିଷ୍ଟ ବିଜ୍ଞାନ ଗବେଷିକା, ଲୋକପ୍ରିୟ ବିଜ୍ଞାନ ଲେଖିକା ତଥା ବୈଜ୍ଞାନିକ ନୀଳାଚଳ ଫାଉଣ୍ଡେସନର ଟ୍ରଷ୍ଟି ଡ଼ ସରୋଜିନୀ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ‘ ଡିଜିଟାଲ ଯୁଗରେ ପ୍ରଭାବଶାଳୀ ବିଜ୍ଞାନ ସାହିତ୍ୟର ଆବଶ୍ୟକତା ‘ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସଂପାଦକ ମନୋଜ କୁମାର ନନ୍ଦ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର୍ ଡ଼ ଗୋକୁଳାନନ୍ଦ ମହାପାତ୍ରଙ୍କ ସ୍ମୃତିରେ ସମର୍ପିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଲୋକପ୍ରିୟ ବିଜ୍ଞାନ ସାହିତ୍ୟ, ସମାଜକୁ ସଚେତନ କରିଥାଏ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଇତ୍ୟବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଡ଼ କୃତ୍ତିବାସ ନାୟକଙ୍କ ଵିଜ୍ଞାନ ଭିତ୍ତିକ ଗଳ୍ପ ପୁସ୍ତକ ‘ ମୁଁ ଵୈଜ୍ଞାନିକ ହେବି ‘ ଲୋକାର୍ପିତ କରାଯାଇଥିଲା। ଡ ସରୋଜିନୀ ସାହୁ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା କୁମାରୀ ରଥ, ସୁସ୍ମିତା ମହାପାତ୍ର, ତ୍ରିଲୋଚନ ମଥାନ, ବ୍ରଜ ବିହାରୀ ଦାଶ, ଏବଂ ଚିତ୍ତ ରଞ୍ଜନ ବ୍ରହ୍ମାଙ୍କୁ ଲୋକପ୍ରିୟ ବିଜ୍ଞାନ ଲେଖକ ଭାବରେ ସମ୍ଵର୍ଦ୍ଧିତ କରାଯାଇଥିଲା। ଠିକ ସେହିପରି ହାଇଟେକ୍ ମେଡିକାଲ୍ କଲେଜର ପ୍ରଫେସର ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପିକା ମଞ୍ଜୁଳା କୁମାରୀ ପାତ୍ର, ପୁଷ୍ପାରାଣୀ ପଟେଲ, ସୁକାନ୍ତି ନାୟକ,ୟଚିନ୍ଦ୍ର ଜେନା, ସ୍ମିତା ମହନ୍ତ, ନିରନ୍ତର ହରୋ, ବିପିନ୍ ସାମନ୍ତ ସିଂହାର, ଅପର୍ଣ୍ଣା ପଣ୍ତାଙ୍କୁ ବିଶିଷ୍ଟ ବିଜ୍ଞାନ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା। ନିଜ ବିଦ୍ୟାଳୟ ମାନଙ୍କରେ ବିଜ୍ଞାନ ବିଷୟରେ ସର୍ବାଧିକ ନମ୍ବର୍ ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେକ୍ଟର ୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଶୁଭଶ୍ରୀ ଶୁଭଜ୍ୟୋତି ପ୍ରଧାନ, ଆଶିଷ ନାଏକ, ଆଶୁତୋଷ ବେହେରା, ସେକ୍ଟର ୭ ଚିନ୍ମୟ ବିଦ୍ୟାଳୟରୁ ଜ୍ୟୋତି ଜୟଶ୍ରୀ ସାମଲ, ନିଖିଲ ମହାନ୍ତି, ଲୋହିତାକ୍ଷ ସାହୁ, ସେକ୍ଟର ୧୬ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମନିସ ସାହୁ ,ଜଗଦୀଶ ଜେନା, ଅସ୍ମିତା ମଲ୍ଲ, ସେକ୍ଟର ୧୮ ଦୀପିକା ଶିକ୍ଷା ସଦନରୁ ବର୍ଷା କୁମାରୀ, ତେଜସ୍ଵିନୀ ନାୟକ ଏବଂ ନିଶା ଚୌଧୁରୀଙ୍କୁ ଏହି କ୍ରମରେ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ ସ୍ୱରଚିତ କବିତା ପାଠ ଅଧିବେଶନରେ ଡାକ୍ତର ଗୀତାଞ୍ଜଳୀ ପତ୍ରୀ ସଭାପତିତ୍ୱ କରିଥିବାବେଳେ ମଞ୍ଜୁଳା କୁମାରୀ ରଥ ମୁଖ୍ୟଅତିଥି ଭାବେ ମଞ୍ଚାସୀନ ଥିଲେ। ଡଲିରାଣୀ ବ୍ରହ୍ମା ଓ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନା କରିଥିବା ଏହି କାର୍ଯ୍ୟକ୍ରମରେ ବହୁ କବି କବୟିତ୍ରୀ ବିଜ୍ଞାନ କବିତା ପାଠ କରିଥିଲେ। ଶେଷରେ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଶତାଧିକ ବୁଦ୍ଧିଜୀବୀ,କବି, ଲେଖକ, ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଯୋଗଦାନ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

