ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଫଳରେ ୨ଟ୍ରକ ନିଆଁ ଲାଗି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତ ରାତିରୁ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତିରୁ ରାସ୍ତା କଡ଼ରେ ରହି ଥିଲା। ଡ୍ରାଇଭର ଓ ହେଲପର ରାନ୍ଧି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେବାରୁ ଉଭୟ ଗାଡ଼ିରେ ନିଆ ଲାଗିଯାଇଥିଲା। କୋଇଲା ଟ୍ରକ ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଥିବା ଜଣାପଡିଛି। ସ୍ଥାନୀୟ ନାସିଗାର ପୂର୍ବତନ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

masiha

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!