ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ଜରୀ ବିଶେଷଜ୍ଞ ନିଯୁକ୍ତି

ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ଜରୀ ବିଶେଷଜ୍ଞ ନିଯୁକ୍ତି

ରମନାଗୁଡା:-୨୭-୧୨-୨୦୨୪-ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଶେଷଜ୍ଞ ପଦବୀ ଖାଲି ଥିବା ନେଇ ବିଭିନ୍ନ ଖବରକାଗଜ ରେ ପୂର୍ବରୁ ଖବର ପ୍ରକାଶ ପାଇଥିଲା।ଏହାକୁ ଭିତ୍ତିକରି ରାମନାଗୁଡା ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ମାନେ ଅନୁସୂଚିତ ଜାତି ଓ ଜନଜାତି ତଥା ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡଙ୍କ ରାୟଗଡା ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ପଦବୀ ଗୁଡ଼ିକ ଖାଲି ଥିବା ନେଇ ଲିଖିତ ଆକାରରେ ମାନ୍ୟତା ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡଙ୍କ ଜରିଆରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ: ମୁକେଶ ମହାଳିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ସମସ୍ୟା ବିଷୟକୁ ନେଇ ରାଜ୍ୟ ସରକାର ହୃଦୟଙ୍ଗମ କରି ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ଜରୀ ବିଶେଷଜ୍ଞ ଡ: ଅଭିଷେକ ପଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।ସର୍ଜରୀ ବିଶେଷଜ୍ଞ ଡ: ପଟନାୟକଙ୍କ ଏଠାରେ ନିଯୁକ୍ତି ପରେ ରାମନାଗୁଡା ମଣ୍ଡଳ ଭାରତୀୟ ଜନତା ପାର୍ଟିର ସମସ୍ତ ସଦସ୍ୟଙ୍କ ସହ ଅଞ୍ଚଳବାସୀ, ବୁଦ୍ଧିଜୀବୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ: ମୁକେଶ ମହାଳିଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଧନ୍ୟବାଦ ଦେବା ସହ ଉତ୍ତୋରତ୍ତୋର କାମନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ୫୫ ଟି ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଥୁଆମୂଳ ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର ଓ ତଲଝାପି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Leave a Comment

error: Content is protected !!