ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡକାୟତି ମାମଲା ରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା 

ଡକାୟତି ମାମଲା ରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା 

କନ୍ଧମାଳ ,୨୭/୧୨:(ମନିସ): ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ୩୯୫ ଆଇପିସି ଆଧାର ରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏହାର ତଦନ୍ତ ଭାର ନେଇ ୪ ଜଣକୁ ଗିରଫ କରିଥିଲେ । ଡକାୟତି ଘଟଣା ର ସରକାରୀ ଏପିପି ସୁରେଶ କୁମାର ପଟ୍ଟନାୟକ ମାମଲା ଲଢୁଥିବା ବେଳେ ୧୦ ବର୍ଷ ପରେ ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ବ କୁମାର ରାୟ ଦୁଇ ମୁଦାଲା ରାକେଶ@ ରୁଲୁ କୁମାର ନାୟକ ଓ ରଞ୍ଜିତ କୁମାର ନାୟକ ଙ୍କୁ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ମାମଲା ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୨ ମାସ ଅଧିକ ସଜା ବିଧାନ ହେବ ବୋଲି ରାୟ ରେ ପ୍ରକାଶ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ସହରର ହନୁମାନ ମନ୍ଦିର ନିକଟରେ ରହିଥିବା କେ.ରାମକୃଷ୍ଣ ପାତ୍ର ପାଟ୍ଟଖଣ୍ଡା ମିକଶ୍ଚର ମାଲିକ ଘରେ ନ ଥିବା ବେଳେ ସନ୍ଧ୍ୟା ସମୟରେ ପୁଅ ଝିଅ ଦୁହେଁ ଟ୍ୟୁସନ ଯାଇ ଘରକୁ ସନ୍ଧ୍ୟା ସମୟରେ ଫେରିଥିଲେ ଏହି ସମୟରେ ଝିପି ଝିପି ବର୍ଷା ହେଉଥିବାରୁ ଲୋକଙ୍କ ଗହଳି ନଥିଲା ଏହି ସମୟରେ ଘରେ ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଧରି ପଶି ଆଲମରୀ ଭାଙ୍ଗି ସୁନା ,ରୂପା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ଏହା ସହର ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଏହା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋର ଦାର କରି ପ୍ରଥମେ ଦୁଇ ଜଣ ଓ ପରେ ଆଉ ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ଚୋରା ସିମେଣ୍ଟ ସହ ଅଟୋ ଗାଡି ଜବତ 

masiha

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

masiha

Leave a Comment

error: Content is protected !!