ତେନ୍ତୁଳିଖୁଣ୍ଟି ୨୦/୦୫/୨୩ – ନବରଙ୍ଗପୁର ଜିଲ୍ଲା ରେ ତେନ୍ତୁଳିଖୁଣ୍ଟି ପାପଡା ହାଣ୍ଡି ଓ କୋଶାଗୁମୁଡ଼ା ବ୍ୟତୀତ ଅନ୍ୟ ସାତ ଟି ଯାକ ବ୍ଲକ ରେ ଯୁକ୍ତ ତିନି ମହା ବିଦ୍ୟାଳୟ ସରକାରୀ ହେଉ ଅବା ଅନୁଦାନ ପ୍ରାପ୍ତ ନତୁବା ଘରୋଇ ମହାବିଦ୍ୟାଳୟ ରହିଛି। ପାପଡା ହାଣ୍ଡି ଓ କୋଷ।ଗୁମୁଡ଼ା ବ୍ଲକ୍ ରେ ଯୁକ୍ତ ତିନି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସବୁଜ ସଙ୍କେତ ମିଳିଥିବା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ବିଧାୟକ କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ରେ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟ ବ୍ୟତୀତ କିଛି ନାହିଁ ଯୁକ୍ତ ତିନି ପଢିବାକୁ ହେଲେ 40 କିଲୋମିଟର ଦୂର ନବରଙ୍ଗପୁର ବିନୋଦ ବିହାରୀ ମହାବିଦ୍ୟାଳୟ ,ନବରଙ୍ଗପୁର ଡିଗ୍ରୀ କଲେଜ ଅବା ମହିଳା ମହାବିଦ୍ୟାଳୟ ରେ ନାମ ଲେଖାଇ ବାକୁ ବାଧ୍ୟ ହେଉଛନ୍ତି। ଗରୀବ ଶ୍ରେଣୀ ତଥା ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ପରେ ଦୂରରେ ଯାଇ ପଢିବାକୁ ସକ୍ଷମ ହେଉନଥିବାରୁ ଯୁକ୍ତ ଦୁଇ ପରେ ପାଠ ରେ ଡୋରି ପକାଉଛନ୍ତି। ଆଇ ଟି ଆଇ ତେନ୍ତୁଳିଖୁଣ୍ଟି ବ୍ଲକ ରେ ନାହିଁ ,କୌଶଳ ବୃଦ୍ଧି ତାଲିମ କେନ୍ଦ୍ର ପାଇଁ ତତ୍କାଳୀନ ଜିଲାପାଳ ଶିବ ବ୍ରତ ଦାସ ପୁରୁଣା ନଵୋଦୟ କୋଠା ରେ ଶୁଭ ଦେଇଥିଲେ ତାହା ଇନ୍ଦ୍ରାବତୀ କେନାଲ ତଳମୁଣ୍ଡ କୁ ଜଳ ସେଚନ ସୁଵିଧା ଯୋଗାଇବା ଭଳି ଫଳକ ରେ ରହିଗଲା।
ଅପରପକ୍ଷେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ୨୦ ଟି ଉଚ୍ଚ ବିଦ୍ୟାଳୟ ଥିବା ବେଳେ କେବଳ ଗୋଟିଏ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି,ଏଠି କଳା ରେ 256 ଓ ବିଜ୍ଞାନ ରେ 128 ସିଟ ଆଉ ଗୋଟିଏ ଘରୋଇ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ 64 ସିଟ ରହିଛି। ଜିଲ୍ଲାର ସାକ୍ଷରତା ହାର ତେନ୍ତୁଳିଖୁଣ୍ଟି ବ୍ଲକ ସର୍ବାଧିକ । ତଥାପି ଆମ ଜନ ପ୍ରତିନିଧି ଙ୍କ ତରଫରୁ ଯୁକ୍ତ ତିନି ଓ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଉଦ୍ୟମ ନ କରିବା ଉଦ୍ବେଗଜନକ। ସେପଟେ ପଡିଶା ବ୍ଲକ କଳାହାଣ୍ଡି ଜିଲ୍ଲା ର ଥୁଆମୂଲ ରାମପୁର ବ୍ଲକ ରେ ଯୁକ୍ତ ତିନିମହା ବିଦ୍ୟାଳୟ ପାଇଁ ମଧ୍ୟ ସବୁଜ ସଙ୍କେତ ମିଳି ଥିବା 5 ଟି ସଚିବ ଭି କେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଏହି ବ୍ଲକ ରେ ଛାତ୍ର ଛାତ୍ରୀ ଅଧିକାଂଶ ତଫସିଲ ଭୁକ୍ତ ଜାତି ଓ ଜନଜାତି ର । ରାଜ୍ୟରେ ମଧ୍ୟ ଯୁକ୍ତ ତିନି କଲେଜ ନଥିବା ହାତଗଣତି ବ୍ଲକ ମଧ୍ୟରେ ତେନ୍ତୁଳିଖୁଣ୍ଟି ଅନ୍ୟତମ ବୋଲି ଯେଉଁ ଦିନ ଉଚ୍ଚ ଶିକ୍ଷା ମନ୍ତ୍ରୀ ବିଧାନସଭା ରେ ସୂଚନା ଦେଲେ ସେହିଦିନ ତେନ୍ତୁଳିଖୁଣ୍ଟି ବ୍ଲକ ବାସୀ ଙ୍କୁ ବେଶ ଆଘାତ ଦେବା ସହ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଦୁର୍ବଳତା ନେଇ ଚର୍ଚ୍ଚା ମଧ୍ୟ କରିବା ସହ ବିରୋଧି ଦଳ ଶାସକ ଦଳ କର୍ମୀ ତଥା ନେତା ଙ୍କୁ ଟାହି ଟାପ୍ରା କରିବା ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କୋଷା ଗୁମୁଡ଼ା ଓ ପାପଡା ହାଣ୍ଡି ବ୍ଲକ ପାଇଁ ସବୁଜ ସଙ୍କେତ ମିଳିଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଶାସକ ଦଳ କର୍ମୀ ନେତା ଙ୍କ ଅବସ୍ଥା ବେଦନା ଦାୟକ ହେବ ଅତ୍ୟୁକ୍ତି ନାହିଁ।
ଏହା କାହାର ଅପାରଗତା ଜନତା ଙ୍କ ନା ବିଧାୟକ ଙ୍କ ? ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ପଚାରି ବାରୁ କହିଲେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଗାମୀ ଦିନରେ ଖୋଲିବ କିନ୍ତୁ ଚଳିତ ଶିକ୍ଷା ବର୍ଷ ରେ କି ଆସନ୍ତା ଶିକ୍ଷା ବର୍ଷ ରେ ସ୍ପଷ୍ଟ କଲେନି। ତେନ୍ତୁଳିଖୁଣ୍ଟି ବ୍ଲକ ର 444 ଜଣ ଯୁକ୍ତ ଦୁଇ ପାସ କରିଥିବା ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି। ଗରୀବ ଆଦିବାସୀ ଦଳିତ ଛାତ୍ରୀ ସିଟ୍ ନ ପାଇ ପାଠ ଛାଡିବେନି ତ? କରିବେ କଣ ? ସୂଚନା ଥାଉକି ବିଧାନସଭା ରେ ମନ୍ତ୍ରୀ ବର୍ତ୍ତମାନ ନୂଆ ଯୁକ୍ତ ତିନି କଲେଜ ଯେଉଁ ବ୍ଲକ ରେ ନାହିଁ ଖୋଲିବା ଯୋଜନା ନଥିବା କହିଥିଲେ। କିନ୍ତୁ ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିବାକୁ ଆବେଦନ ବର୍ତ୍ତମାନ ର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ତାଙ୍କ ନିର୍ବାଚନ ମଣ୍ଡଳୀ ର ଦୁଇ ଟି ବ୍ଲକ ପାଇଁ କରି ସବୁଜ ସଙ୍କେତ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପାଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ କଣ ପୁଣି ଯୁକ୍ତ ଦୁଇ ଭଳି ଯୁକ୍ତ ତିନି ପାଇଁ ମଧ୍ୟ ବଞ୍ଚିତ ରହିଯିବ ! ତେବେ ଏ ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ କୁ ପଚାରି ବାରୁ ସେ ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଏମ ପି ରମେଶ ମାଝୀ ଙ୍କୁ ଯୋଗାଯୋଗ କରିବାରୁ କହିଲେ ଆମେ ଏକ କମିଟି ଗଠନ କରିଛୁ ଖୁବଶୀଘ୍ର ଭଲ ଖବର ମିଳିବ।