ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ବୈଠକ ଅନୁଷ୍ଠିତ     

ତେନ୍ତୁଳିଖୁଣ୍ଟି – ୦୨/୦୫ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ବୈଠକ ସଭାପତି ଅଶ୍ୱିନ ବାଘ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଆବାହକ ତଥା ପ୍ରଧାନ ଶିକ୍ଷକ କ୍ରିଷ୍ଣା ପଦ ମଣ୍ଡଳ ସ୍ବାଗତ ଜଣାଇଥିଲେ। ବିଦ୍ୟାଳୟ ର ସର୍ବାଙ୍ଗିନ ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା । ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ , ଅବକାଶ ଗୃହ କାର୍ଯ୍ୟ ,ଓ ଅନଲାଇନ୍ ପାଠ ପଢା ଉପରେ ଆଲୋଚନା କରାଯାଇ ଥିଲା। ତତ୍ ସହିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରାକ୍ ମାଟ୍ରିକ ବୃତ୍ତି କିପରି ସମସ୍ତେ ପାଇଁ ପାରିବେ,ଆଧାର ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ସମସ୍ୟା , ଜାତି ପ୍ରମାଣ ପତ୍ର ସମସ୍ୟା ଆଦି ବିଷୟରେ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରା ଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଗୋପାଳ ସାହୁ ,ଅର୍ଜୁନ ମାଝୀ, ସରୋଜ ବାଘ ,ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି,ଉମା ହରିଜନ ,ଆଦି ଉପସ୍ଥିତ ରହି ଆଲୋଚନା ରେ ଭାଗନେଇ ନିଜ ନିଜର ମତ ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ପରିଡ଼ା ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ କ୍ଷେତ୍ର ରେ ସଫଳତା ପାଇବା ପାଇଁ ଅହରହ ସଂଘର୍ସ୍ସ କରି ମଧ୍ୟ ବିଦ୍ୟାଳୟ ପାଇଁ ଗୌରବ ଆଣି ଥିବା କହିଥିଲେ ।ସୁଶାନ୍ତ କୁମାର ସାହୁ ପାଠ ପଢା ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ ଶିକ୍ଷକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ. ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୁଲିସ ଫୋର୍ସକୁ ସ୍ୱାଗତ

Sunil Chandra Nayak

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

masiha

Leave a Comment

error: Content is protected !!