ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ମୟୁରଭଞ୍ଜ ମାଟିରେ ଭବ୍ୟ ସମ୍ବର୍ଦ୍ଧନା 

ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ମୟୁରଭଞ୍ଜ ମାଟିରେ ଭବ୍ୟ ସମ୍ବର୍ଦ୍ଧନା 

ମୟୂରଭଂଜ – ତା :- ୨୩/୧୦/୨୦୨୪ ରିଖ ସନ୍ଧ୍ୟାରାଣୀ ଭାରତୀୟ ମହିଳା ଦଳରେ ସ୍ଥାନ ପାଇ ଚାଇନା ଓ ଶ୍ରୀଲଙ୍କା ଠାରେ ନିଜର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରି ଫେରିବା ପରେ ଗତକାଲି ମୟୁରଭଞ୍ଜ ଜିଲ୍ଲାର ଜାଗ୍ରତ ପ୍ରହରୀ ଭଞ୍ଜସେନା ଦ୍ବାରା ବାରିପଦାର ପ୍ରବେଶ ପଥ ପାଲବଣୀ ବାଇପାସଠାରେ ସନ୍ଧ୍ୟାଙ୍କୁ ସମ୍ବର୍ଦ୍ଧନା ଦେବା ପରେ ଏକ ରୋଡ ରାଲି ଦ୍ବାରା ସହିଦ୍ ସ୍ମୃତି ଭବନ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ସନ୍ଧ୍ୟାଙ୍କୁ ନିଜ ଅନୁଷ୍ଠାନ ତଥା ପ୍ରଶିକ୍ଷଣ ଗ୍ରହଣ କରୁଥିବା ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଓ ପ୍ରତିଷ୍ଠା ଦିବସରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏସିଆ ଏମିରେଟ୍ ରଗବୀ ସେଭେନସ ସିରିଜ ଲେଗ୍-୧ ରେ ଭାରତୀୟ ମହିଳା ରଗବୀ ଦଳ ଚାଇନାରେ ପାଞ୍ଚଟି ମ୍ୟାଚ୍ ଖେଳିଥିବା ବେଳେ, ସନ୍ଧ୍ୟାରାଣୀ ଟୁଡୁ ଟପ୍ ସ୍କୋରର ରହି ୨୪ ପଏଣ୍ଟ ସ୍କୋର କରିବା ସହିତ ଭାରତୀୟ ଦଳ ପାଇଁ ଫିଲିପାଇନ୍ସ ବିରୋଧରେ ପ୍ରଥମ ସ୍କୋର କରିଥିଲେ । ୟୁଏଇ ବିପକ୍ଷରେ ବିଜୟୀ ସ୍କୋର କରି ଦଳକୁ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁନଶ୍ଚ ଶ୍ରୀଲଙ୍କା ଠାରେ ଅନୁଷ୍ଠିତ ଏସିଆ ଏମିରେଟ୍ ରଗବୀ ସେଭେନସ ସିରିଜ ଲେଗ୍-୨, ଭାରତୀୟ ମହିଳା ଦଳ ୫ଟି ମ୍ୟାଚ୍ ଖେଳି ସନ୍ଧ୍ୟା ୫ ପଏଣ୍ଟ ଦଳ ପାଇଁ ଯୋଡ଼ି ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜସେନାର ଟାଉନ ସଭାପତି ରାଜା ଖାନ ଓ ଯୁବ ସଦସ୍ୟ ବାଇକ୍ ରାଲିର ଆୟୋଜନ କରିଥିଲେ I ସହିଦ୍ ସ୍ମୃତି ଭବନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହନିର୍ମାଣ ଏବଂ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ, ଓଡ଼ିଶା ସରକାର, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଅନ୍ତର୍ଜାତୀୟ ରଗବୀ ତାରକା ସନ୍ଧ୍ୟାରାଣୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ଭାଗିରଥୀ ମଲ୍ଲିକ, ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ଓ ଏକାଡେମୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଉପଦେଷ୍ଟା ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

Sunil Chandra Nayak

ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ ସପ୍ତଶଯ୍ୟା

Sunil Chandra Nayak

ରାୟଗଡା ହିନ୍ଦୁ ସମାଜ ପକ୍ଷରୁ ବଙ୍ଗଳାଦେଶ ବିରୋଧରେ ବିଶାଳ ପ୍ରତିବାଦ ସଭା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!