ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ମୟୂରଭଂଜ – ୨୩/୧୦/୨୫ —  ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ପରିସରରେ ଆଜି ୦ ର ୬ ବର୍ଷ ମଧ୍ୟରେ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ନିମନ୍ତେ ଅଙ୍ଗନବାଡ଼ି କର୍ମିଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଦିଵ୍ଯାଙ୍ଗ ଶଶକ୍ତ କରଣ ବିଭାଗର ଡେପୁଟି ଡାଇରେକ୍ଟର ସନ୍ଯାସୀ ବେହେରା,ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ରଣଜିତ ସୋରେନ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,,ଵାମନଘାଟୀ ଉପଖଣ୍ଡ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ, ସିଡିପିଓ ସାକରା ହାଁସଦାଃ,କୁସୁମି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ରଜନୀଗନ୍ଧା ସିଂ, ରାଇରଙ୍ଗପୁର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,କନିଷ୍ଠ ବିଭାଗୀୟ ଅଧିକାରୀ ପ୍ରକାଶ ବେହେରା,ଏସଏସଇପିଡିର ପିଏ ଦେବାନନ୍ଦ କୁମ୍ଭକାର ପ୍ରମୁଖ ଯୋଗ ଦେଇଥିଲେ ।ରାଜ୍ୟ ଦିଵ୍ଯାଙ୍ଗ ସଶକ୍ତକରଣ ବିଭାଗ ତରଫରୁ ଆଜି ଓଡ଼ିଶାର ପ୍ରଥମ କରି ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ଠାରୁ ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଦିଵ୍ଯାଙ୍ଗ ଶିଶୁମାନଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି ଦିଦି ମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ କହିଥିଲେ ବ୍ଳକର କୌଣସି ପ୍ରାନ୍ତରେ ଯେଭଳି ଦିଵ୍ଯାଙ୍ଗ ଶିଶୁ ଚିହ୍ନଟ ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଅଙ୍ଗନବାଡ଼ି ଦିଦି ମାନେ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଇଥିଲା ।ରାଜ୍ୟ ସରକାର ଦିଵ୍ଯାଙ୍ଗ ଶିଶୁମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଚିହ୍ନଟ ଦିଵ୍ଯାଙ୍ଗ ଶିଶୁମାନଙ୍କୁ ସେମାନଙ୍କ ପାଇଁ ଯାହାର‌ ଯାହା କିଛି ଆବଶ୍ୟକୀୟ ଉପକରଣ ସେସବୁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍କ ଯୋଗାଇ ଦିଆଯିବ ।ବଡ଼ ହେଲେ ଯେମିତି ସେମାନେ ପରିବାରର କିମ୍ବା ସମାଜର‌ ଵୋଝ ହୋଇ ରହିବେ ନାହିଁ ।ସେମାନେ ଯେଭଳି ସମାଜରେ ଅଲୋଡା ନ ହୁଅନ୍ତି ।ସେମାନଙ୍କୁ ସହାୟତାର ହାତ ବଢ଼ାଇବା ସମସ୍ତଙ୍କର ଦାୟିତ୍ଵ ।ଏହି କାର୍ଯ୍ୟକ୍ରମରେ କୁସୁମି ବ୍ଳକର ସମସ୍ତ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମର ଶତାଧିକ ଅଙ୍ଗନବାଡ଼ି କର୍ମୀ ସାମିଲ ହେବା ସହ ପ୍ରଶିକ୍ଷିତ ହୋଇଥିଲେ ।ଅଙ୍ଗନବାଡ଼ି ଦିଦିଙ୍କ ମୁଖ୍ୟ କାମ ହେଲା ତୃଣମୂଳ ସ୍ତରରୁ ଘରକୁ ଘର ବୁଲି ଦିଵ୍ଯାଙ୍ଗ ଶିଶୁମାନଙ୍କ ସଠିକ ଚିହ୍ନଟକରଣ କରିବା ସହ ସଠିକ ତଥ୍ୟ ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେବେ ।ସେମାନେ ଜିଲ୍ଲା କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

masiha

ଶଙ୍କରଡା ବନପାଳଙ୍କ ବିୟୋଗ         

masiha

Leave a Comment

error: Content is protected !!