ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

ଧର୍ମଗଡ:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡଘୁମେର ଗ୍ରାମର ଦୁଇ ବ୍ୟକ୍ତି ଙ୍କ ଅଯୋଧ୍ୟା ଅଭିମୂଖେ ପଦଯାତ୍ରା । ଉକ୍ତ ଗ୍ରାମର ନାଥ ଗୋପାଳ ଏବଂ ଦୂର୍ଯ୍ୟୋଧନ ଗୋପାଳ ପୂର୍ବରୁ ଅଯୋଧ୍ୟା ଠାରେ ରାମମନ୍ଦିର ପ୍ରତିଷ୍ଠା ହେଲେ ସେମାନେ ପାଦରେ ଚାଲିଚାଲି ଯିବା ସଂକଳ୍ପ କରିଥିଲେ । ଆଜି ସେମାନେ ଅଯୋଧ୍ୟା ଅଭିମୂଖେ ବାହାରିବା ପରେ ବଡଘୁମେର ଗ୍ରାମରେ ଭଜନ କୀର୍ତ୍ତନ ସହ ଉଭୟ ଙ୍କୁ ଗାଁ ପରିକ୍ରମା କରାଇବା ସହ ବନ୍ଧାପନା କରାଯାଇଥିଲା ।ପରେ ସେମାନେ ଧର୍ମଗଡ ଠାରେ ପହଞ୍ଚିବା ପରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଏବଂ ହନୁମାନ ଙ୍କ ଦର୍ଶନ କରି ସାରିବା ପରେ ଜଗନ୍ନାଥ ସେବାସମିତି ତରଫରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ବନ୍ଧାପନା କରାଯାଇଥିଲା ।ଜଗନ୍ନାଥ ସେବାସମିତି ର ଅଧ୍ୟକ୍ଷ ବିଷ୍ନୁ ପ୍ରସାଦ ଅଗ୍ରଓ୍ବାଲ,ସୁବାଷ ଅଗ୍ରଓ୍ବାଲ,ସରୋଜ ସାହୁ,ବଡଘୁମେର ସରପଞ୍ଚ ଜନ୍ମେଜୟ ଗୋପାଳ ସମେତ ସହର ବହୁ ମାନ୍ୟଗଣ ବ୍ୟକ୍ତି ସେମାନଙ୍କୁ ସମ୍ବର୍ଦ୍ଧନା ଞାପନ କରିଥିଲେ । ପରେ ସେମାନେ ଅଯୋଧ୍ୟା ଅଭିମୂଖେ ବାହାରିଥିଲେ । ସେମାନେ ମାସେ ଭିତରେ ଅଯୋଧ୍ୟା ପହଞ୍ଚି ରାମ ଲାଲା ଙ୍କ ଦର୍ଶନ କରିବା ସହ ପୁରୀ ଦେଇ କଳାହାଣ୍ଡି ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

masiha

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

ସୁରକ୍ଷିତ ହେବ ବସ୍ ସେବା,ଖୋଲିବ ଜରୁରୀ ଗେଟ୍ ରହିବ ଅଗ୍ନି ନିର୍ବାପକଯନ୍ତ୍ର 

Sunil Chandra Nayak

Leave a Comment

error: Content is protected !!