ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷରେ ହାର ମାନିଲେ ନେତା ଓ ପ୍ରଶାସନ ୧୦ ଦିନ ପରେ ଆଶା ମାନଙ୍କ ଧାରଣା ସ୍ଥଗିତ 

ଶେଷରେ ହାର ମାନିଲେ ନେତା ଓ ପ୍ରଶାସନ ୧୦ ଦିନ ପରେ ଆଶା ମାନଙ୍କ ଧାରଣା ସ୍ଥଗିତ 

ନବରଙ୍ଗପୁର:(୨୪|୧୦)(ନି.ପ୍ର)ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ନବରଙ୍ଗପୁର ଜିଲା ତରଫରୁ ଗତ ତା ୧୩.୧୦.୨୦୨୫ ରିଖରୁ କାର୍ଯ୍ୟବନ୍ଦଆନ୍ଦୋଳନ ସହ ୧୪ ରୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଦିଆଯାଇଥିଲା । ତେବେ ଦୀର୍ଘ ୧୦ଦିନ ପରେ ଆଜି ଜିଲ୍ଲାପାଳଙ୍କର କାର୍ଯ୍ୟ।ଳୟ ରେ ଜିଲ୍ଲାପାଳ ଡ଼. ମହେଶ୍ଵର ସ୍ଵାଇଁ ଙ୍କର ସହ ସଂଘର କାର୍ଯ୍ୟକର୍ତ୍ତା ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ଜିଲ୍ଲା ପାଳ ଡ. ସ୍ଵାଇଁ ଉମରକୋଟ ଆଶାକର୍ମୀଙ୍କର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି କହିଥିଲେ । ଏସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହାର ରାଜ୍ୟସ୍ତରୀୟ କମିଟି ଦ୍ଵାରା ତଦନ୍ତ ହେବ ବୋଲି କହିଥିଲେ । ସଂଘର ଦାବୀ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ପ୍ରଥମ ପଦକ୍ଷେପ ସ୍ୱରୂପ ଉମରକୋଟର ଡାକ୍ତରଖାନାର ଡାକ୍ତର ସାଗରୀକା ସ୍ଵାଇଁ ଙ୍କୁ ତାଙ୍କୁ ବଦଳି କରି ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ଡ଼େପୁଟେସନରେ ଉମରକୋଟ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ । ଏହି ଡ଼େପୁଟେସନକୁ ବାତିଲ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ସଂଘର ଅନ୍ୟାନ୍ୟ ଦାବୀ ପୂରଣ କରାଯିବ ବୋଲି କହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଏଣିକି ଜିଲ୍ଲା ପ୍ରଶାସନ ସବୁବେଳେ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । କୌଣସି ଅସୁବିଧା ହେଲେ ସିଧାସଳଖ ତାଙ୍କୁ ଭେଟି ଆଲୋଚନା କରିବାକୁ କହିଥିଲେ ।ସୂଚନାଯୋଗ୍ୟଯେ, ଗତ ୩୦.୦୮.୨୦୨୫ରିଖରେ ଘଟିଥିବା ଉମରକୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡlକ୍ତର ସାଗରିକା ସ୍ୱାଇଁଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇଥିଲା । ଏହାକୁ ନେଇଗତ ତା୦୧.୦୯. ୨୦୨୫ରିଖ ସୋମବାର ଦିନ ଉମରକୋଟ ସ୍ଵାସ୍ଥ୍ୟକେନ୍ଦ୍ର ଛକରେ ଦମୟନ୍ତି ଭତରାଙ୍କ ଶବକୁ ରଖି ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଆସି ଲିଖିତ ଆକାରରେ ୦୮.୦୯.୨୦୨୫ରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଥିବାରୁ ତା୦୩.୦୯.୨୦୨୫ରିଖରେ ଜିଲ୍ଲା ଆଶାକର୍ମୀ ସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଥିଲା। ପୁଣି ତା୧୨.୦୯.୨୦୨୫ରିଖରେ ମୁଖ୍ୟ ଚିକିତ୍ସାଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରି ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଗଲା। ତା୦୫.୧୦.୨୦୨୫ରିଖ ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ମୌଖିକ ଭାବେ କୁହାଯାଇଥିଲାlତା୦୫.୧୦.୨୦୨୫ ରିଖ ସୁଦ୍ଧା ଜିଲ୍ଲା ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନ ନେବା ଯୋଗୁଁ ଆସନ୍ତା ତା୧୩.୧୦.୨୦୨୫ରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇ ତା୧୪-୧୦-୨୦୨୫ ରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀ ସଂଘ ତରଫରୁ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଧାରଣାର ମୁଖ୍ୟଦାବୀ ଗୁଡିକ ଯଥା,ଉମରକୋଟ ବ୍ଲକ, ବଡବସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରା ଓ ଗର୍ଭରେ ଥିବା ଶିଶୁଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଡ।କ୍ତର ସାଗରିକା ସ୍ବାଇଁଙ୍କୁ ଚାକିରୀରୁ ନିଲମ୍ବନ କରାଯାଇ ଗିରଫ କରାଯାଉ। ନବରଙ୍ଗପୁର ଜିଲ୍ଲାର ଆଶାକର୍ମୀ ମାନଙ୍କ ଡାକ୍ତର କରାଯାଉଛି ତାହା ବନ୍ଦ କରାଯାଉ,ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହ ତିଆରି କରାଯାଉ, ନବରଙ୍ଗପୁର ଜିଲ୍ଲାର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଦିଆଯାଉ, ନବରଙ୍ଗପୁର ଜିଲ୍ଲାର ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ମନା କରାଯାଉଛି, ତାହା ଲେବର ରୁମକୁ ଯିବାକୁ ଅନୁମତି ଦିଆଯାଉ lକାରଣ ଆଶା ଫର୍ମଫିଲପରେ ସୁବିଧା ହେବ, ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ରୁପେ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ୨୪ ହଜାର ଟଙ୍କା ବେତନ ଦିଆଯାଉ, ଆଶାକର୍ମୀମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ଓ ସ୍ବାଭବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ଦିଅଯାଉ, ଆଶାକର୍ମୀ ମାନଙ୍କୁ ଅବସରକାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ବାବଦକୁ ପାଞ୍ଚ ହଜାର ଟଙ୍କା ଦିଆଯାଉ ବୋଲି ଦାବୀ ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ଦ୍ଵାରା ଯେଉଁ ଦାବୀ ଜିଲାସ୍ତରରେ ପୂରଣ ହେବ, ତାହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରାଯିବ ଓ ଅନ୍ୟାନ୍ୟ ଦାବୀ ସଂପର୍କରେ ରାଜ୍ୟ ସରକାରଙ୍କର ନିକଟକୁ ପଠାଯିବ ବୋଲି କହିଥିଲେ । ଏହି ଆଲୋଚନାରେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପଦେଷ୍ଠା ପରମେଶ୍ଵର ବିଷୋୟୀ, ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଜିଲ୍ଲା ଆଶାକର୍ମୀ ସଂଘର ସଭାନେତ୍ରୀ କବିତା ସ୍ଵାଇଁ, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହରିଜନଙ୍କ ସମେତ ଜିଲାସ୍ତରୀୟ ଓ ବ୍ଳକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

masiha

ରାସନସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ବିଏଚ୍ ଆର୍ ସି ,ଇଣ୍ଡିଆ

Sunil Chandra Nayak

Leave a Comment

error: Content is protected !!