ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକସେନା ତରଫରୁ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା ତା ୧୪/୦୨/୨୦୨୩ରିଖ ୨୦୧୯ ପୁଲଵାମା ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ ହୋଇଥିଲା ଭାରତର ବୀର ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଦର କେନ୍ଦୁଗୁଡା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାନ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପାର୍ଥନା ସହ ବୀର ସହୀଦ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଯୋଗଦେଇ ଆତଙ୍କବାଦୀ ଙ୍କ ଏହି ବର୍ବରକାଣ୍ଡଙ୍କୁ ଦୃଢ ନିନ୍ଦା କରିବାସହ ଯବାନଙ୍କ ଦେଶପାଇଁ ଏହି ବଳିଦାନ ବ୍ୟର୍ଥ ଯିବନି ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ପୂର୍ବତନ ସରପଞ୍ଚ ରାଜୁ କରୁଆ ଧନ୍ୟବାଦ ଦେଇଥିବାବେଳେ ସୁଶାନ୍ତ ନାଏକ, ବୃଷଭ ଦାସ, ଛାତ୍ର ଛାତ୍ରୀ ଓ ଗ୍ରାମର ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୁଡ଼ିଏ ହଜାର ଭକ୍ତଙ୍କ ଉପସ୍ଥିତିରେ ରାବଣ ପୋଡ଼ି 

masiha

କୋକସରା ବ୍ଲକ ଘଣ୍ଟିଗୁଡା ଠାରେ ସରକାରଙ୍କ BGBO ଯୋଜନା ଅଧୀନରେ ୩୦ ଲକ୍ଷ ଟଙ୍କା ଗ୍ରାମୀଣ ପାର୍କର ଭିତ୍ତିପ୍ରସ୍ତର

Sunil Chandra Nayak

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

masiha

Leave a Comment

error: Content is protected !!