ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା* *ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା* *ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

ରାଉରକେଲା:ଛାତ୍ର ଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ଦେବା ସହ ଭାରତ ର ସଂସ୍କୃତି ଓ ସଂସ୍କାର ଦେବା ଉଦେଶ୍ୟ ରେ ଚିନ୍ମୟ ମିଶନ ର ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ ଚିନ୍ମୟ।ନନ୍ଦ ଚିନ୍ମୟ ବିଦ୍ୟାଳୟ ମାନ ପ୍ରତିଷ୍ଠିତ କରିଯାଇଛନ୍ତି । ଏହି କ୍ରମରେ ସମଗ୍ର ଭାରତ ବର୍ଷରେ ଅବସ୍ଥିତ ପ୍ରାୟ ୧୦୦ ଟି ଚିନ୍ମୟ ବିଦ୍ୟାଳୟ ରେ ଅନେକ ମୂଲ୍ୟଭିତ୍ତିକ କାର୍ଯ୍ୟକ୍ରମ ସହ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ସହ ତାର ସରଳ ଅର୍ଥ ଶିକ୍ଷା ଦିଆଯାଏ। ପ୍ରତିବର୍ଷ ପିଲାମାନଙ୍କ ମଧ୍ୟରେ ଗୀତା ଆବୃତ୍ତି ର ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହା ସମସ୍ତ ପ୍ରକାର ବିଦ୍ୟାଳୟ ର ପିଲାମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥାଏ। ତୃଣମୂଳସ୍ତରରୁ ଜାତୀୟ ସ୍ତର ଯାଏ ଏହା ଆୟୋଜିତ ହୁଏ ଯେଉଁଥିରେ ପ୍ରତିବର୍ଷ ଲକ୍ଷାଧିକ ପିଲା ଭାଗ ନିଅନ୍ତି। ରାଉରକେଲା ଚିନ୍ମୟ ମିଶନ ର ଆଚାର୍ଯ୍ୟ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ର ରାଜ୍ୟ କୋ ଅର୍ଡିନେଟର ପୂଜ୍ୟ ସ୍ୱାମୀ ଅରୂପାନନ୍ଦ ଙ୍କ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିନ୍ମୟ ବିଦ୍ୟାଳୟ, ଛେଣ୍ଡ ଠାରେ ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା ରାଜ୍ୟସ୍ତରୀୟ ଚିନ୍ମୟ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏଥିରେ ଓଡିଶା ର ୪ ଟି ଚିନ୍ମୟ ବିଦ୍ୟାଳୟ ର ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ନର୍ସରୀ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ମୋଟ ୬ ଟି ବିଭାଗ ରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ରାଉରକେଲା ରୁ ପୂଜ୍ୟ ସ୍ୱାମୀ ଅରୂପାନନ୍ଦ ଓ ପୂଜ୍ୟା ବ୍ରହ୍ମଚାରିଣି ପ୍ରତିଭା ଚୈତନ୍ୟ, ଦେବଗଡ ରୁ ପୂଜ୍ୟା ସ୍ୱାମୀନୀ ତନିଷ୍ଠାନନ୍ଦ, ଲାଠିକଟା ରୁ ପୂଜ୍ୟା ସ୍ୱାମୀନୀ ଋଷିପ୍ରି୍ୟାନନ୍ଦ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ପିଲାମାନଙ୍କୁ ଆଶୀର୍ଵଚନ ପ୍ରଦାନ କରିଥିଲେ। 

ରାଉରକେଲା ଚିନ୍ମୟ ସେବା ଟ୍ରଷ୍ଟ ର ମୁଖ୍ୟ ସ୍ୱାମୀ କେବଳ।ନନ୍ଦ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଗୀତା ର ଉପାଦେୟତା ବୁଝେଇବା ସହ ପୁରସ୍କାର ପ୍ରଦାନ କରିଥିଲେ। ଚିନ୍ମୟ ମିଶନ, ରାଉରକେଲା ର ସମ୍ପାଦକ ନିର୍ମଳ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। 

୮ ଜଣ ଚିନ୍ମୟ ମିଶନ ର ସଦସ୍ୟ ବିଚାରକ ଭାବରେ ପିଲାମାନଙ୍କ ର ଆବୃତ୍ତି ଶୁଣିଥିଲେ। ଚିନ୍ମୟ ମିଶନ ର ଅନେକ ସଦସ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଅଭିଵାଵିକ। ଗଣ ଏହି କାର୍ଯ୍ୟକମ ରେ ଯୋଗ ଦେଇଥିଲେ ଓ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ରୂପ ଦେଇଥିବା ପୂଜ୍ୟ ସ୍ୱାମୀ ଅରୂପାନନ୍ଦ, କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶୋକ

Sunil Chandra Nayak

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ

masiha

Leave a Comment

error: Content is protected !!