ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ

ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ 

ନୂଆପଡ଼ା,  ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗ ପ୍ରାଥମିକ ସମବାୟ ସମିତିରୁ ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି l ମଙ୍ଗଳବାର ଏଥିପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଳା ପରିଷଦ ସଦସ୍ୟ ଉମା ଠାକୁର, ଭରତ ଲାଲ ରାଉତ, ନୂଆପଡ଼ା ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ହୀରା ଦେଇ ପଟେଲ , ସମିତି ସଭ୍ୟ ରୁକ୍ମିଣୀ ସାହୁ, ମିଲର ପ୍ରତିନିଧି, ପ୍ରାଥମିକ ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗଦାନ କରିଥିଲେ l ସୂଚନାଯୋଗ୍ୟ ଯେ ଜିଲ୍ଲାରେ ରବି ରୁତୁରେ 3,89,000 କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି l ୪୧ ଟି ପ୍ରାଥମିକ ସମବାୟ ସମିତି ଓ ୬ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୨୪ ଟି ରାଇସ୍ ମିଲ୍ ଦ୍ୱାରା ଏହି ଧାନ କିଣା ଯିବ l କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୦୦ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ଯ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯିବ l ଚାଷୀ ମାନଙ୍କୁ ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ୫ ଟି ବ୍ଲକ୍ ରେ ୫ ଟି ପ୍ରଚାର ରଥ ବୁଲୁଛି l ବିଗତ ଖରିଫ ରୁତୁ ଭଳି ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ କିଭଳି ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ଜିଲ୍ଲାରେ ସୂଚାରୁ ରୂପେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରି ଥିଲେl ପ୍ରଥମ ଦିନରେ ସାରାବଙ୍ଗ ରୁ ୩ ଜଣ ଚାଷୀଙ୍କ 250.88 କୁଇଣ୍ଟାଲ ଓଜନର ୫୫୪ ବସ୍ତା ଧାନ କେ ଜି ଏନ୍ ରାଇସ୍ ମିଲ୍ ଉଠାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

masiha

କିଶୋରନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନବନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତୀ 

Sunil Chandra Nayak

Leave a Comment

error: Content is protected !!