ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ  ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

 ଧର୍ମଗଡ ଜଗନ୍ନାଥ ସେବା ସମିତି ସୌଜନ୍ୟ ତଥା ଧର୍ମଗଡ ବସ୍ତିପଡ଼ା ବାସୀ ଙ୍କ ସହଯୋଗରେ ଗତ ୧୪.୫.୨୦୨୫ (ବୁଧବାର) ଠାରୁ ୨୨.୫.୨୦୨୫(ଗୁରୁବାର )ତାରିଖ ପର୍ଯ୍ୟନ୍ତ ଧର୍ମଗଡ ବସ୍ତିପଡା ସାପ୍ତାହିକ ବଜାର ପଡିଆ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଶୀର୍ବାଦ ଜୀ ମହାରାଜ ଙ୍କ ଦ୍ଵାରା ‘ଶ୍ରୀ ରାମଚରିତ ମାନସ କଥାମୃତ’ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଚାଲୁଅଛି ।

ନଅ ଦିନ ଧରି ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ହେବ।ପ୍ରତ୍ୟେହ ସଂଧ୍ୟା ୬ଘଣ୍ଟା ଠାରୁ ରାତି ୧୦ ଘଣ୍ଟା ଯାଏଁ ଚାଲୁଥିବା ଶ୍ରୀ ରାମ ଚରିତ ମାନସ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବସ୍ତିପଡ଼ା ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏହି ପବିତ୍ର ପ୍ରବଚନ କାର୍ଯ୍ୟକ୍ରମର ପରିଚାଳନା କରୁଥିଲା ବେଳେ କାର୍ଯ୍ୟକ୍ରମରେ ଦୂର ଦୁରାନ୍ତରୁ ବହୁ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଏହି ପ୍ରବଚନ କାର୍ଯ୍ୟକ୍ରମ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଛି। ଶ୍ରୀମତୀ ସବିତା ନାଏକ ଓ ଶ୍ରୀ ମନମୋହନ ନାଏକ, ଶ୍ରୀମତୀ ରଶ୍ମିତା ସାହୁ ଓ ଶ୍ରୀ ସରୋଜ କୁମାର ସାହୁ, ଶ୍ରୀମତୀ ଦମୟନ୍ତୀ ଭୋଇ ଓ ଶ୍ରୀ ରଙ୍ଗାଧର ଭୋଇ, ଶ୍ରୀମତୀ ଜୟନ୍ତୀ ମାଝୀ ଓ ଶ୍ରୀ ହେମନ୍ତ କୁମାର ମାଝୀ, ଶ୍ରୀମତୀ ମିତାମ ମାଝୀ ଓ ଶ୍ରୀ ମୁନିରାମ ମାଝୀ, ଶ୍ରୀମତୀ ସ୍ୱର୍ଣଲତା ନାଏକ ଓ ଶ୍ରୀ ଜୟନ୍ତ ନାଏକ, ଶ୍ରୀମତୀ ବନିତା ନାଏକ ଓ ଶ୍ରୀ ଫିକର୍ ନାଏକ ପ୍ରମୁଖ ଭକ୍ତ ପ୍ରତ୍ୟହ ସସ୍ତ୍ରିକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି…. ଶ୍ରାବଣ ର ଦ୍ଵିତୀୟ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ

masiha

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

Sunil Chandra Nayak

ଖାତିଗୁଡା ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ

Leave a Comment

error: Content is protected !!