ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

ମୟୂରଭଞ୍ଜ – ୧୬/୩/୨୩ (ମସିହା) ବିହାରୀ ମାହୁରୀ ସଂପ୍ରଦାୟର କୂଳଦେବୀ ମଥୁରାସିନୀ ମା’ । ସେମାନଙ୍କର ମା’ ମଥୁରାସିନୀ ହେଉଛନ୍ତି ଆଦ୍ଯାଦେବୀ ଆଦ୍ଯାଦେବୀ ।ଯିଏକି ଲକ୍ଷ୍ମୀ ସ୍ୱରୂପା ଅଟନ୍ତି।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ମାହୁରୀ ବୈଶ୍ଯ ମଣ୍ଡଳ ସଂପ୍ରଦାୟର କୂଳଦେଵୀ ମା’ମଥୁରାସିନୀ ପୂଜା ସମିତି ଆନୁକୁଲ୍ୟରେ ଧୂମଧାମରେ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ରାଧାକୃଷ୍ଣ ମନ୍ଦିର ପାଖରୁ ଶ୍ରଦ୍ଧାଳୁମାନେ ଏକ ସୁସଜ୍ଜିତ ରଥରେ ମା’ଙ୍କ ରୂପରେ ଏକ ଶିଶୁ କନ୍ୟାକୁ ବସାଇ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଶହ ଶହ ମହିଳା ପୁରୁଷ ଶ୍ରଦ୍ଧାଳୁ ସୁନ୍ଦର ବେଶଭୂଷାରେ ନିଶାନ ଧରି ସହର ପରିକ୍ରମା କରି ରାଇରଙ୍ଗପୁର ଖଡଗେଶ୍ବର ମନ୍ଦିର ପହଞ୍ଚିଥିଲେ । ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ମଥୁରାସିନୀଙ୍କ ସ୍ଥାପିତ ମନ୍ଦିରରେ ସେଠାରେ ବିଶିଷ୍ଟ ପୂଜକ ଅବଧେଶ ମିଶ୍ରଙ୍କ ଏବଂ ସହଯୋଗୀଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରଦ୍ଧାଳୁ , ମାନସିକଧାରୀ ମାନେ ପୂଜାର୍ଚ୍ଚନା କରି ଥିଲେ । ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିବମ ସେଠ,ରିତେଶ ରାମ,ଜୈନେନ୍ଦ୍ର ରାମ, ଜନାର୍ଦ୍ଦନ ରାମ, ବୀରେନ୍ଦ୍ର ରାମ, ଜୀତେନ୍ଦ୍ର ରାମ, ନିରଞ୍ଜନ ରାମ,ଅଜୟ ରାମ,ବିଜୟ ରାମ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

Sunil Chandra Nayak

ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

Sunil Chandra Nayak

Leave a Comment

error: Content is protected !!