ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା     

ନବରଙ୍ଗପୁର(ମସିହା) ନବରଙ୍ଗପୁର ଗାନ୍ଧୀନଗର ଠାରେ ଥିବା ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏଥିରେ ପ୍ରାୟ ୪୦୦ ରୁ ୫୦୦ ଜଣ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ବିନା ମୂଲ୍ୟ ରେ ପ୍ରସାଦ ଦିଆଯାଇଥାଏ । ଏହି ପ୍ରସାଦ ପାଇଁ ହୋଇଥିବା ଖର୍ଚ୍ଚ ଯେ କୌଣସି ଭକ୍ତ କିଛି ନା କିଛି ଦାନ ଦେଇଥାନ୍ତି । କିନ୍ତୁ ଆଜିର ଏହି ସଂକ୍ରାନ୍ତିରେ ନବରଙ୍ଗପୁର ବାରିକ ସଂଘର ବିଶିଷ୍ଟ ସମାଜ ସେବି ସଭାପତି ଏନ଼ ଗଣେଶ ସମସ୍ତ ଖର୍ଚ୍ଚ ବହନ କରି ଅନ୍ନ ପ୍ରସାଦ ବ୍ୟବସ୍ଥା କରିଥିଲେ।ଏଥି ସହ ତ୍ରିନାଥ ମନ୍ଦିର କମିଟିକୁ ଏକ ଟେଣ୍ଟ ସେଟ୍ ମଧ୍ୟ ଦେଇଥିଲେ । ଆଜିର ଏହି ଅନ୍ନ ପ୍ରସାଦକୁ ଭକ୍ତମାନେ ବହୁ ଶ୍ରଦ୍ଧା ପୂର୍ବକ ଭୋଜନ କରିଥିଲେ ।ତ୍ରିନାଥ ମନ୍ଦିର କମିଟି ସୁଷର ସାମଲ, ପ୍ରଶାନ୍ତ ପାତ୍ର, ଭଗବାନ ପାତ୍ର, ବିନାୟକ ଜେନା, ଲମ୍ବାଧର ସାମଲ,ରିଙ୍କୁ ଜେନା, ଲିଙ୍ଗରାଜ ବେହେରା,ଗାନ୍ଧୀ ନଗର ତ୍ରିନାଥ ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ସହଯୋଗ ରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବିଶିଷ୍ଟ ସମାଜ ସେବୀ ଏନ୍ ଗଣେଶ ଏହା ପୂର୍ବରୁ କିନ୍ନର ସଙ୍ଘ ଏବଂ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଏବଂ ଗରିବ,ଦୁଃଖୀ ରୁଙ୍କି, ଏବଂ ବିଭାହ,ବ୍ରତ ପାଇଁ ସାହାଯ୍ୟ କରି ଆସୁଛନ୍ତି। ଏନ୍ ଗଣେଶ ଙ୍କର ଏହିପରି ସମାଜସେବା କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି !  

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

ରାଞ୍ଚି ରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ….

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

Leave a Comment

error: Content is protected !!