ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ -୨୦୨୩ ଡିସେମ୍ବର ୦୧ ତାରିଖ ରେ ଶୁଭାରମ୍ଭ

ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ -୨୦୨୩ ଡିସେମ୍ବର ୦୧ ତାରିଖ ରେ ଶୁଭାରମ୍ଭ

ନବରଙ୍ଗପୁର:ତା ୧୮/୧୦ ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି, ଏୈତିହ,ପରମ୍ପରା,ଲୋକଗୀତ,ବାଦ୍ୟ,ଭାଇଚାରା ସମ୍ପର୍କ ଓ ବନ୍ଧୁ ମିଲନ ର ସାଂସ୍କୃତିକ ଉତ୍ସବ ମଣ୍ଡେଇ-୨୦୨୩ ଆସନ୍ତା ଡିସେମ୍ବର ମାସ ୧୦ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆ ଠାରେ ମହାସମାରୋହରେ ଆୟୋଜନ କରାଯିବା ସହିତ ମଣ୍ଡେଇ ମହୋତ୍ସବ ର ଶୁଭାରମ୍ଭ ଝରିଗାଁ ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନଧାରା ରେ ଆସନ୍ତା ଡିସେମ୍ବର ୦୧ ତାରିଖ ରେ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି କ୍ରମେ ଆଗାମୀ ମଣ୍ଡେଇ ଉତ୍ସବ ନିମନ୍ତେ ଏସବୁ ଧାର୍ଯ୍ୟ କରାଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ପ୍ରସ୍ତୁତି ବୈଠକ ରେ ସମସ୍ତ ଙ୍କୁ ସ୍ଵାଗତ ଜଣାଇବା ସହିତ ଲୋକ ମହୋତ୍ସବ ସାଂସ୍କୁତିକ ପର୍ବ ମଣ୍ଡେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିପରି ଉତ୍ସାହ,ଉଦ୍ଦୀପନା,ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ସମ୍ପର୍କରେ ସମସ୍ତଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ପ୍ରସ୍ତୁତି ବୈଠକ ରେ ଜିଲ୍ଲା ମହୋତ୍ସବ ମଣ୍ଡେଇ ର ସଫଳ ଆୟୋଜନ ନିମନ୍ତେ ବିଷଦ ଭାବେ ଆଲୋଚନା କରାଯାଇଥିଲା ଏବଂ ଉପସ୍ଥିତ ସଦସ୍ୟ, ସଦସ୍ୟା ଙ୍କ ସୁଚିନ୍ତିତ ମତାମତ କୁ ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥି ନିମନ୍ତେ ବିଭିନ୍ନ ସବ୍ କମିଟି ଗଠନ କରାଯାଇଛି। ଏହି ସବୁ କମିଟି ରେ ଅଭ୍ୟର୍ଥନା କମିଟି, ଅର୍ଥ ସଂଗ୍ରହ କମିଟି, ସାଂସ୍କୃତିକ ଶୋଭାଯାତ୍ରା କମିଟି, ଖାଦ୍ୟ କମିଟି, ପ୍ରଦର୍ଶନୀ କମିଟି, ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି, ସାଂସ୍କୃତିକ ଦଳ, ଉଦଘୋଷକ ଚୟନ କମିଟି, ସଂସ୍ଥାପନ କମିଟି, ମଣ୍ଡେଇ ପଡିଆ ପରିଚାଳନା ଓ ସ୍ଵେଚ୍ଛାସେବୀ କମିଟି, ପ୍ରସାର ପ୍ରଚାର କମିଟି, ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି, କ୍ରୀଡା କମିଟି, ମଂଚ ନାଟକ କମିଟି,ବିଭିନ୍ନ ପ୍ରତିଯୋଗିତା ଆୟୋଜନ କମିଟି ଇତ୍ୟାଦି ଗଠନ କରାଯାଇଛି । ସମସ୍ତ ସବ୍ କମିଟି ର ଅଧ୍ୟକ୍ଷ ନିଜ ନିଜ କମିଟି ର ସଦସ୍ୟ ମାନଙ୍କୁ ନେଇ ନିଜ ସ୍ତରରେ ବୈଠକ ଆୟୋଜନ କରି ସମ୍ପୃକ୍ତ କମିଟି ର କାର୍ଯ୍ୟ ଖସଡା ସହିତ ବଜେଟ ପ୍ରସ୍ତୁତ କରି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି। ଆଗାମୀ ମଣ୍ଡେଇ ଉତ୍ସବ ରେ ଜିଲ୍ଲାର ସାଂସ୍କୃତିକ ଦଳ,କଳାକାର ମାନଙ୍କୁ ସଂସ୍କୃତି କ କାର୍ଯ୍ୟକ୍ରମ ରେ ପ୍ରାଧାନ୍ୟ ଦେବା ପାଇଁ ସ୍ଥିର କରାଯାଇଛି। ମଣ୍ଡେଇ ସମୟରେ ଲୋକଙ୍କ ର ପ୍ରବଳ ଜନସମାଗମ ରହୁଥିବା ରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା, ରାସ୍ତା କାମ, ଲାଇଟ ଇତ୍ୟାଦି ର ସୁବ୍ୟବସ୍ଥା କରାଯିବା ସମ୍ପର୍କରେ ମଧ୍ଯ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପି ଏ ଆଇ ଟି ଡି ଏ ରାଜୀବ ସାହୁ,ଏ ପି ଡି ଯଦୁମଣି ନାୟକ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲୀପ କୁମାର ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଏ ଡି ଏମ୍ଓ ଡକ୍ଟର ସୁକାନ୍ତ ଶତପଥି, ବରିଷ୍ଠ ସମାଜ ସେବୀ ଜଗନ୍ନାଥ ମହାପାତ୍ର, ଡକ୍ଟର ବିଜୟ ମିଶ୍ର, ନାରାୟଣ ପଣ୍ଡା, ବିଜୟ ଚୌଧୁରୀ, ମୁନ୍ନା ତ୍ରିପାଠୀ, ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ବଣିକ ସଂଘର ସଭାପତି ମାନସ ରଞ୍ଜନ ଦାସ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ, ଶିକ୍ଷାବିତ୍, ସମାଜ ସେବୀ, ଆଇନ୍ ଜୀବୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

12ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତିଙ୍କ ନିବେଦନ

Sunil Chandra Nayak

ଧରାକୋଟ ରେ ଭୀମଭୋଇ ଦିବ୍ୟାଂଙ୍ଗ ସାମର୍ଥ୍ୟ ଅଭିଯାନ 

Sunil Chandra Nayak

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ 

masiha

Leave a Comment

error: Content is protected !!