ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର! ସନସାଇନ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ 

ରାଇରଙ୍ଗପୁର! ସନସାଇନ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ 

 ମୟୂରଭଞ୍ଜ -୧୯/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମସ୍ଥ ଅଗ୍ରଣୀ ସିବିଏସଇ ଇଂଲିଶ ମିଡିୟମ ସନସାଇନ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ମୁଖ୍ୟବକ୍ତା ରାଇରଙ୍ଗପୁର ଭାରାପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯଜ୍ଞେଶ୍ଵର ଯେନା, ସମ୍ମାନିତ ଅତିଥି ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ,ଅନ୍ୟତମ ଅତିଥି ରାଇରଙ୍ଗପୁର ଏବିଇଓ ଶ୍ରୀ ହେମ ମାଝୀ,ସନସାଇନ ସ୍କୁଲର ଅଧ୍ୟକ୍ଷ ଶ୍ରୀ ତପନ ଲେଙ୍କା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଅତିଥି ଗଣ ଉପସ୍ଥିତ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆପଣମାନେ ହେଉଛନ୍ତି ତ୍ରୀଵେଣୀ ସଂଗମ ।ପରସ୍ପର ମଧ୍ୟରେ ସୁସମ୍ପର୍କ ରହିଲେ କୁନି କୁନି ପିଲାମାନେ ଆଗକୁ ବଢି ପାରିବେ । ଶିକ୍ଷା ହେଉଛି ସମାଜର ପ୍ରଗତିର ରଥ । ଯେଉଁ ଦେଶ , ଯେଉଁ ସମାଜ ଯେଉଁ ପରିବାର ଶିକ୍ଷା ରେ ଆଗୁଆ ସେମାନେ ଆର୍ଥିକ, ସାମାଜିକ ସବୁଥିରେ ଆଗୁଆ ।ତେଣୁ ଅଭିଭାବକ ଓ ଶିକ୍ଷକ ମାନେ ପିଲାମାନଙ୍କୁ ସବୁବେଳେ ସଠିକ ସମୟରେ ସଠିକ ପରାମର୍ଶ ଦେବା ଉଚିତ । ଛାତ୍ରଛାତ୍ରୀମାନେ ମଧ୍ୟ କଠିନ ଅଧ୍ୟବସାୟ,ଗୁରୁ ଭକ୍ତି ଏବଂ ଭଲ ମଣିଷ ହୋଇ ସମାଜର ସେବା କରିବା ପାଇଁ ଚେଷ୍ଟା କରିବା ମନୋଭାବ ରଖିବା ଉଚିତ ।ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ପାଇଁ ଭଲ ଭଲ ସ୍ବପ୍ନ ଦେଖାଇବା ଉଚିତ ।ଦିର୍ଘ ୨୪ ବର୍ଷ ତଳେ ଏହି ଆଦିବାସୀ ଅଧ୍ୟୁଷିତ ସିମାନ୍ତ ରାଇରଙ୍ଗପୁର ସହରରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଇଂଲିଶ ଶିକ୍ଷା ପ୍ରଦାନ ପାଇଁ ଅନୁଷ୍ଠାନ ଗଢି ତୋଳିଥିବା ଅଧ୍ୟକ୍ଷ ତପନ ଲେଙ୍କାଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ।ଏହି ଅନୁଷ୍ଠାନରେ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ରାଇରଙ୍ଗପୁର ଆଖପାଖ ଅଂଚଳର ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରୁଛନ୍ତି । ପ୍ରଥମ ରୁ ୧୦ ତମ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି ।ଅଧ୍ୟକ୍ଷ ଶିକ୍ଷାବିତ ତପନ ଲେଙ୍କା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ପ୍ରକାଶ କରିଥିଲେ । ତତ୍ପରେ ଅତିଥିଗଣ ବିଦ୍ୟାଳୟର ମେଧାବୀ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆସନ୍ତା ନଵ ଵର୍ଷ ପାଇଁ ଶୁଭେଚ୍ଛା ଜଣାଇଥିଲେ ।ପରିଶେଷରେ ବିଦ୍ୟାଳୟର ପ୍ରତିଭାବାନ ଶିଶୁ ଓ ଯୁବ କଳାକାର ମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ କଵିତା ପଣ୍ଡା,ଓମପ୍ରିୟା ମଣ୍ଡଳ,ପିଙ୍କି ପଡିଆରୀ,ଦୀପିକା ଟୁଡୁ, ଦେବାଶିଷ ମହାନ୍ତି,ଅର୍ଚନା ରାମ,ସୁକନ୍ୟା ମହାନ୍ତ,ଧ୍ରିତି ମହାନ୍ତ,ସୀମା ମହାନ୍ତ,ନିକିତା ମହାନ୍ତ,ଅଙ୍କିତା ମହାନ୍ତ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଅଭିଭାବକ ଓ ଶିକ୍ଷକ ସମନ୍ବୟ ବୈଠକ

Sunil Chandra Nayak

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

Sunil Chandra Nayak

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

Leave a Comment

error: Content is protected !!