ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ

ଢେଙ୍କାନାଳ : ତା.୦୭.୦୪.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ସଭାରେ ଉଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।ମୁଖ୍ୟଅତିଥି ରୂପେ ଅଭାଷୀ ମାଧ୍ୟମରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା କହିଲେ ଯେ ୨୦୨୫ ମସିହା ସମସ୍ତଙ୍କର ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ସ୍ବାସ୍ଥ୍ୟ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରି ମାନ୍ୟବର ପ୍ରାକ୍ତନ ସାଂସଦ ମହେଶ ସାହୁ ସ୍ଵୀୟ ବକ୍ତବ୍ୟରେ ମୋ ସ୍ବାସ୍ଥ୍ୟ,ମୋ ଦାୟୀତ୍ଵ।ସ୍ବାସ୍ଥ୍ୟ ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ସମସ୍ତଙ୍କର ସ୍ୱାସ୍ଥ୍ୟର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସୁସ୍ଥ ଶରୀର,ସୁସ୍ଥ ମନର ଜନକ। ସୁସ୍ଥ ମନ ଉନ୍ନ‌ତ ବିଚାରର ଜନକ,ଉନ୍ନ‌ତ ବିଚାର ବିବେକର ସମର୍ଥକ।ବିବେକାନୁମୋଦିତ ଜୀବନ ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ। ସ୍ବାସ୍ଥ୍ୟ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତ ପୋଷଣ କରିଥିଲେ।ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ନାରୀନେତ୍ରୀ ସ୍ମିତାରାଣୀ ସାମଲ,ରୋମେନା ବେଗମ୍,ସମାଜସେବୀ ସରୋଜ ଶତପଥୀ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା କ୍ଷେତ୍ର ପାଇଁ ସରକାର,ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମିର ପୂର୍ଣ୍ଣାଙ୍ଗ ବିକାଶର ଆବଶ୍ୟକତା ରହିଛି।କେବଳ ଚିକିତ୍ସା ନୁହେଁ,ରୋଗୀଟିର ଆର୍ଥିକ ଭିତ୍ତିଭୂମିକୁ ଗୁରୁତ୍ବ ଦେବା ସହ ନିରାମୟ ସ୍ବାସ୍ଥ୍ୟ ଗଠନ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ସରକାର ହାତକୁ ନେବା ଦରକାର।ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ସ୍ବାସ୍ଥ୍ୟହାନିର କାରଣ ହୋଇଥାନ୍ତି। ଆଜି ବିଶ୍ଵ ସ୍ବାସ୍ଥ୍ୟ ଦିବସ ଅବସରରେ ସଚେତନତା କ୍ଷେତ୍ରଠାରୁ ଆଧ୍ୟାତ୍ମିକ ନିରାମୟ ଜୀବନ ଗଠନ ପାଇଁ ନିଜ ଦାୟିତ୍ବ ପ୍ରତି ସଚେତନ ରହିବାର ଉପଯୁକ୍ତ ଦିବସ। ସ୍ବାସ୍ଥ୍ୟ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ବାର୍ଥପର ଦାୟିତ୍ବ ସମ୍ପନ୍ନ ଦ୍ବାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଆଜିର ଦିନ ୭ ଏପ୍ରିଲରେ ପାଳନ କରାଯାଇଥାଏ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’। ସାରା ବିଶ୍ବର ଲୋକମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସ ପାଳନ କରାଯାଇଥାଏ। ୧୯୪୮ ମସିହାରେ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ଆସେମ୍ୱଲି ପକ୍ଷରୁ ପ୍ରଥମ ଥର ପାଇଁ ଏପ୍ରିଲ ୭ ତାରିଖକୁ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏହା କାର୍ଯ୍ୟକାରୀ ହୋଇଥିଲା ୧୯୫୦ ମସିହାରୁ,ଯାହା ଅଦ୍ୟାବଧି ପାଳନ କରାଯାଇ ଆସୁଛି। ଏହି ଦିନ ବିଶ୍ବସ୍ତରରେ,ଜାତୀୟ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ବିଭିନ୍ନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ଆଧାରରେ କ୍ୟାମ୍ପ୍ ,ଜନ ସଚେତନତା ମେଳା ଆଦିର ଆୟୋଜନ ପୂର୍ବକ ଏହି ଦିବସଟିକୁ ପାଳନ କରାଯାଇଥାଏ ଓ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଅବିରତ ଏହାର କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ସୂଚନା ପ୍ରଦାନ କରିଥିଲେ।ଉକ୍ତ ସଭାରେ ନୂତନ ଭାବେ ୟୁନେସ୍କୋର ରାଜ୍ୟ ସଂଯୋଜକ ତଥା ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ସ୍ବାସ୍ଥ୍ୟ ସଚେତନତାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଜାତିସଂଘର ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ନିଜ ସ୍ବାସ୍ଥ୍ୟ ପ୍ରତି ନିଜେ ସଚେତନ ହୋଇ ସମସ୍ତେ ଯଦି ସ୍ବାସ୍ଥ୍ୟ ନୀତି ଓ ନିୟମ ପାଳନ ପୂର୍ବକ ସୁସ୍ଥ ଜୀବନଯାପନ କରନ୍ତେ ତାହା ନିଜ ପ୍ରତି,ନିଜ ପରିବାର ପ୍ରତି ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା।ଅନ୍ୟତମ ମଞ୍ଚାସୀନ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ପରିବେଶବିତ୍ ଉପେନ୍ଦ୍ର ରାଉତ୍, ନାରୀନେତ୍ରୀ ସ୍ମିତାରାଣୀ ସାମଲ,ଡ.ସମୀର କୁମାର ସାହୁ, ରବିନାରାୟଣ ସେଠୀ,ବସନ୍ତ ବିଶ୍ୱାଳ,ପୀତବାସ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଭାରତ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ସଦସ୍ୟ ଦେଶ ଏବଂ ଏହାର ମୁଖ୍ୟାଳୟ ଭାରତର ରାଜଧାନୀ ଦିଲ୍ଲୀରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ‌ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି “ସ୍ୱାସ୍ଥ୍ୟକର ଅ ୟଆରମ୍ଭ ଆଶାପ୍ରଦ ଭବିଷ୍ୟତ”। ଶରୀର ଓ ମନ ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି। ସେଥିପାଇଁ କୁହାଯାଏ ସ୍ବାସ୍ଥ୍ୟବାନ ବ୍ୟକ୍ତି ପରିବାର,ସମାଜ,ରାଜ୍ୟ,ଦେଶ ଓ ଜାତିର ମୁଖ ଉଜ୍ଜ୍ଵଳ କରିଥାନ୍ତି। ତେଣୁ ଯଥାର୍ଥରେ କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ଼ା.ଦେବୀ ପ୍ରସାଦ ମିଶ୍ର, କବୀ ସୁକାନ୍ତି ସାହୁ,ଡ.ଅନୁପମା ମିଶ୍ର,ଆଡ୍ ଭୋକେଟ୍ ନିର୍ମଳା ମହାପାତ୍ର,କବୀ କାଦମ୍ବରୀ ମହାକୁଡ଼,ଡ.ମାନସୀ କର,ଡ଼ଃ କବିତା ମହାନ୍ତି,ମମତା ମିଶ୍ର,ମୈତ୍ରେୟୀ ଶୁଭଦା,ଆଡ୍ ଭୋକେଟ୍ ନିବେଦିତା ରଥ,ସୁକାନ୍ତି ସାହୁ,ଡ.ପ୍ରମୋଦ ପରିଡା,ଲିଙ୍କୁ ପତି,କାହ୍ନୁ ଚରଣ ବାରିକ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ବାଳ,ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର,ଚନ୍ଦ୍ରମଣି ନାୟକ, ଲକ୍ଷ୍ମୀଧର ଶତପଥି,ଡ଼ଃ ଅନୁପମା ମିଶ୍ର, ସୁଜାତା ପଟ୍ଟନାୟକ, ବର୍ଷା ପଟ୍ଟନାୟକ,ସୌମ୍ୟରଞ୍ଜନ ପଟ୍ଟନାୟକ,ରୋମେନା ବେଗମ୍,ମଧୁସ୍ମିତା ସାହୁ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ପ୍ରଫେସର୍ ଡ.ପ୍ରମୋଦ ନାୟକ,ଡ.ସମୀର କୁମାର ସାହୁ,ପ୍ରାକୃତିକ ଚିକିତ୍ସା ବିଶାରଦ ପୀତବାସ ସାହୁ,ବିପିନ ବିହାରୀ ବେହେରା,ଶ୍ୟାମ ସୁନ୍ଦର ସାହୁ,ଦେବ ପ୍ରସାଦ ମିଶ୍ର, ତରୁଣ କୁମାର ବିଶ୍ବାଳ,ଯୁଧିଷ୍ଟିର ସାହୁ,ଦିଲ୍ଲୀପ କୁମାର ସାହୁ,ଅବନୀ ପାତ୍ର,ଲଳିତ ମୋହନ ବେହେରା,ଶ୍ରେୟାନ୍ ସୁ ଷଡ଼ଙ୍ଗୀ,ମାୟାଧର ସେଠୀ ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଇଁ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ପ୍ରଫେସର୍ ଡ.ପ୍ରମୋଦ ନାୟକ ସ୍ବାସ୍ଥ୍ୟ ସମ୍ପର୍କରେ ଗୋଟିଏ ଓଡ଼ିଆ କବିତା ପାଠ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ସଂଯୁକ୍ତ କିସାନ କୃଷି ମର୍ଚା ଓ କେନ୍ଦ୍ରୀୟ ଶ୍ରମିକ ପକ୍ଷରୁ ରାଲି ସହ ଜିଲ୍ଲାପାଳଙ୍କୁ ଦେଲେ ୧୯ ଟି ଦାବି ଦେଲେ

masiha

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

masiha

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

Sunil Chandra Nayak

Leave a Comment

error: Content is protected !!