ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

ଓଡ଼ିଆ ପକ୍ଷ ପାଳନ 

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା ୭.୪.୨୦୨୪) ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାରେ ବର୍ଣ୍ଣବୋଧ ବଣ୍ଟନ – ବର୍ଣ୍ଣବୋଧ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଭାଲୁଗୁଡା ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶା ସରକାରଂକ ଦ୍ୱାରା ମୁଦ୍ରିତ ଶ୍ରୀ ମଧୁ ସୁଦନ ରାଓଙ୍କ ରଚିତ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିଥିଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ପାଠପଢା କୁ ବହୁତ ଗୁରୁତ୍ବ ଦେଉଛନ୍ତି, ପିଲାମାନଙ୍କ ପାଠପଢା ଆରମ୍ଭ ରେ ଅକ୍ଷର ଚିହ୍ନିବା, ଲେଖିବା ଏବଂ ଭାଷା ଜ୍ଞାନ କୁ ବୃଦ୍ଧି କରିବାରେ ବର୍ଣ୍ଣବୋଧର ବହୁତ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଲୋକସଭା ସଦସ୍ୟ ଙ୍କ ଉମରକୋଟ ପ୍ରତିନିଧି ରାମକୃଷ୍ଣ ନାୟକ,ବ୍ଲକ ଅଧ୍ୟକ୍ଷ ଶ୍ରୀମତି ରାଧା ଭତରା, ଉମରକୋଟ ପୌରପାଳିକା ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଲିଆ ପ୍ରମୁଖ ଉପସ୍ଥିତ ଥିଲେ। ସେଭଳି ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚୁଟି ଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ବର୍ଣ୍ଣବୋଧ ପୁସ୍ତକକୁ ବଣ୍ଟନ କରିଥିଲେ।ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା ଝରି ଗାଁ ବ୍ଲକ୍ ଅନ୍ତର୍ଗତ ଏକ୍ସ ଡି ଏନ୍ କେ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ବର୍ଣ୍ଣବୋଧ ପୁସ୍ତକକୁ ବଣ୍ଟନ କରିଥିଲେ।ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ନବରଙ୍ଗପୁର ସହର ସ୍ଥିତ ଆଶିଷ ଭବନ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ବର୍ଣ୍ଣବୋଧ ପୁସ୍ତକକୁ ବଣ୍ଟନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ

masiha

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଧର୍ମଗଡ ବ୍ଲକ ର ୧୦ ଜଣ ଶତାୟୁ ବରିଷ୍ଠ ମତଦାତା ସମର୍ଦ୍ଧିତ

masiha

Leave a Comment

error: Content is protected !!