ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

ରାୟଗଡ – ପାର୍ବତୀପୁରମ୍ ମୁଖ୍ଯରାସ୍ତା ଶୋଚନୀୟ, ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଅତ୍ଯନ୍ତ ଖରାପ ଥିବାରୁ ଅସରାଏ ବର୍ଷାହେଲେ ଏହି ରାସ୍ତାରେ ଯାନବାହାନ ଚଳାଚଳର ଘୋର ବାଧାପାଉଛି | ଆଜି ଏହି ରାସ୍ତାର ଉଭୟ ପାର୍ଶର ପ୍ରାୟ 5 ରୁ 6 କିଲୋମିଟର ରାସ୍ତା ପର୍ଯ୍ଯନ୍ତ ଯାନବାହାନ ଅଟକି ରହିଛି | ରାସ୍ତା ଖରାପ ହେତୁ ରାସ୍ତା ମଝିରେ ଚାରି ଚକିଆରୁ ଆରମ୍ଭ କରି ଭାରୀଯାନ ଗୁଡିକ ଦବୀ ଯାଉଥିବାରୁ ଉଭୟପାର୍ଶରେ ଗାଡି ଠିଆ ହେବାକୁ ପଡୁଛି | ଆଜକୁ ପାଞ୍ଚ ଛଅଦିନ ହେଉଛି ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପାଉଛି | ରାସ୍ତା ଯାମ୍ ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ରାୟଗଡା ଜିଲ୍ଲାର ଅନେକ ରୋଗୀ ଆନ୍ଧ୍ର ଚିକିତ୍ସାଳୟ ଉପରେ ନିର୍ଭରଶୀଳ, ଆମ୍ବୁଲାନ୍ସ ଯିବା ଆସିବା ରେ ବାଧା ପ୍ରାପ୍ତ ହେଉଛି। ଆନ୍ଧ୍ର ସରକାର ଏଥିପ୍ରତି କିଛିବି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ରାୟଗଡା ଜିଲ୍ଲାର ଟ୍ରକ ୟୁନିଅନ ତରଫରୁ, ରାସ୍ତା ର ବଡ଼ ବଡ଼ ଗାତ ଗୁଡିକ, କ୍ରୋସର ଡଷ୍ଟ, ମାଟି ଦ୍ୱାରା ରାସ୍ତା ଗୁଡିକୁ ମରାମତି କରୁଥିବା ଦେଖାଯାଇଛି ଅଥଚ ରାଜ୍ଯ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାଭାଙ୍ଗୁନଥିବାରୁ ସାଧାରଣରେ ଜନଅସନ୍ତୋଷ ତେଜିବାରେ ଲାଗିଛି | ଓଡିଶାରେ ଡବଲ ଇଞ୍ଜିନ୍ ଆନ୍ଧ୍ରର ସହ ଇଞ୍ଜିନ ସରକାର ତଥାପି ଲୋକକୁ ମିଳୁନାହିଁ ଯାତାଯତର ସୁବିଧା |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

masiha

ବିଘ୍ନ ନାଶକ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

Sunil Chandra Nayak

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

masiha

Leave a Comment

error: Content is protected !!