ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୃଷି କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପାରିକ କୃଷି ଐତିହ୍ୟ ନେଇ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

 ରାଇରଙ୍ଗପୁର କୃଷି କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପାରିକ କୃଷି ଐତିହ୍ୟ ନେଇ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

 ମୟୂରଭଞ୍ଜ -୨୮/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଡିହାସ୍ଥ କୃଷି କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଆଇଆରଡିଏମଏସ(IRDMS) ତରଫରୁ ଶ୍ରୀ ଅନ୍ନ ଅଭିଯାନ ( ଓଡ଼ିଶାରେ ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ) ଓ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସମ୍ମାନିତ ଅତିଥି ଏଡିଓ ଲୋକନାଥ ମିଶ୍ର, ପୁରୁଣାପାଣି ସରପଞ୍ଚ ବାଲିମଣି ଟୁଡୁ,ବ୍ଳକ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ,ସିଡିପିଓ କୋଇଲି ମଣି ଟୁଡୁ,ବିପିଏମ ଶାନ୍ତନୁ ବାବୁ,ବିପିସି ସ୍ଵର୍ଣ୍ଣମୟୀ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଆଇଆରଡିଏମ ର ସଂଯୋଜକ ଶ୍ରୀ ଅଜୟ ପାତ୍ର ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ରୁ ମୁଖ୍ୟ ଉଦ୍ଦେଶ୍ୟ ଉପରେ ବିଶେଷ ଭାବରେ ଆଲୋକ ପାତ କରିଥିଲେ । ମୁଖ୍ୟ ଅତିଥି ଗଣ କହିଥିଲେ ମଣିଷ ଜୀବନ ଦୁର୍ଲଭ । ଲୋକେ ବିଷାକ୍ତ ଖାଦ୍ୟ ଖାଇ ଦୁରାରୋଗ୍ୟରେ ପଡ଼ିବା ସହ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଦିନକୁ ଦିନ ଖାଦ୍ୟ ,ଶସ୍ୟ ବିଷମୟ ହୋଇ ଯାଉଛି । ବ୍ୟବସାୟିକ ଫାଇଦା ପାଇଁ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ସାର,ବିଷର ବ୍ୟବହାର କରାଯାଉଛି । ଯାହାକୁ ନେଇ ମଣିଷ ବିଭିନ୍ନ ଦୁରାରୋଗ୍ୟ ର ଶିକାର ହେବା ସହ ସ୍ବାସ୍ଥ୍ୟ ସେବା ପାଇଁ ବ୍ୟାପକ ଆର୍ଥିକ ଶୋଷଣର ଶିକାର‌ହେଉଛନ୍ତି । ତେଣୁ ବର୍ତ୍ତମାନ ସରକାର ପ୍ରାଚୀନ କାଳରୁ ମଣିଷ ଦ୍ଵାରା ବ୍ୟବହୃତ ହେଉଥିବା ପଡିଆ,ପୋଖରୀ ,ନାଳ,ପତିତ ଜମି, ଜଙ୍ଗଲ,ଅବ୍ୟବହୃତ ଜମି,ବିଲ ,ପଡ଼ିଆରେ ଭଗବାନ ପ୍ରଦତ୍ତ ମାନବ ଓ ଜୀବଜନ୍ତୁଙ୍କ ପାଇଁ ବିଭିନ୍ନ ପ୍ରକାରର ସୃଷ୍ଟି ହୋଇଥିବା ଶସ୍ୟ କୁ ଆହାର କରି ସମାଜ ତିଷ୍ଠୁଥିଲା ।ସେଥିରେ ରାସାୟନିକ ସାର ବିଷ ଵ୍ଯବହୃତ ହେଉ ନ ଥିଲା । ତେଣୁ ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଯୋଗୁଁ ମଣିଷ ଅଧିକ ବର୍ଷ ସୁସ୍ଥରେ ବଞ୍ଚୁଥିବା । ବର୍ତମାନ ସମୟ ମାହାଙ୍ଗା ସମୟ ।ପରିବା ଦର ଆକାଶ ଛୁଆଁ ।କୌଣସି ପରିବା ଦର ୮୦ ଟଙ୍କାରୁ କମ୍ ନୁହେଁ ।ତଦସହ ଏହା ରାସାୟନିକ ଯୁକ୍ତ ଅଟେ ।ଅଧିକ ଅମଳ ପାଇଁ ଅଧିକ ଖର୍ଚ୍ଚ କରି ଆର୍ଥିକ ବିକାଶରେ ପଡୁଛନ୍ତି । ରାଜ୍ୟ ସରକାର ଜନତାଙ୍କ ସ୍ଵାର୍ଥ କୁ ଲକ୍ଷ୍ୟ କରି ପାରମ୍ପାରିକ ବିଲୁପ୍ତ ହେଉଥିବା ଶସ୍ଯର ପ୍ରଚାର , ପ୍ରସାର ଓ ବ୍ୟବହାର ପାଇଁ ପଦକ୍ଷେପ ନେଇଛନ୍ତି ।ସେହି ପାରମ୍ପରିକ ଖାଦ୍ୟ ଶସ୍ୟ ଗୁଡାକ ହେଲା ମାଟି ଶାଗ,ତାଳ ଗଜା,ପିତାଳୁ,କନ୍ଦମୂଳ ଶାଗ,ମଦରଙ୍ଗା ଶାଗ,ବାହାଡା,ବୁଦା କୋଳି,କରଞ୍ଜ,ଆତ,ସାରୁ, ଅଁଳା,ମୁଗ,ଵୁଟ,କୋଳଥ, ମାଣ୍ଡିଆ,ଖସା,ନିମ୍ବ,ମୋଟର,ବିରି,କାଉଁରା,ଟିସି,ଖମ୍ବ ଆଳୁ,ଆମ୍ବଡା ,ଖପର ଶାଗ,ଭେଜି ବାଇଗଣ,ମଚକି ଶାଗ,କୁଇଲି ରଖା ଶାଗ,ଡୁମର,ମହୁଲ,ଟୋପି ଶାଗ,ପିଣ୍ଡାର,କୁରୁକୁଟି, ବିଶଲ୍ୟକରଣୀ,କୋଚଡା, ପିଜୁଳି,ମିମଠା ଶାଗ, ଚାକୁଣ୍ଡା ଶାଗ ଇତ୍ୟାଦି । ଏଥିରେ ପ୍ରଚୁର ଭିଟାମିନ,ସ୍ନେହସାର,ମିନେରାଲ୍ସ ପ୍ରଭୃତି ଅଛି ।ଏହି ଶସ୍ୟ ଚାଷରେ ସାର,କୀଟନାଶକ ଔଷଧ ବ୍ୟବହାର ହୁଏ ନାହିଁ । ମଣିଷ ଏହାକୁ ଖାଇ ସୁସ୍ଥ ହେବା ସହ କମ ଖର୍ଚ୍ଚାନ୍ତ ହୋଇ ସୁସ୍ଥରେ ଜୀବନ ବିତାଇ ପାରିବେ ।ଆଜିର ଏହି କାର୍ଯ୍ୟକ୍ରମରେ ବ୍ଳକର ହଳଦା ଓ ପୁରୁଣା ପାଣି ପଞ୍ଚାୟତର ୫ ଟି ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।ତାମଳବନ୍ଧ ଗ୍ରାମର ପ୍ରତିଜ୍ଞା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ କ୍ଷୀରୀ,ପକୁଡ଼ି, ସିଙ୍ଗଡ଼ା,ଲଡୁ,ନିମିକି, ପ୍ରଦର୍ଶିତ କରାଯାଇଥିଲା । ସମସ୍ତେ ସେହି ସୁସ୍ବାଦୁ ଖାଦ୍ୟ ଖାଇ ପ୍ରୀତ ହେବା ସହ ପାରମ୍ପରିକ ଶସ୍ୟ ଚାଷ ପାଇଁ ଗୁରୁତ୍ବ ଦେଵେ ବୋଲି କହିଥିଲେ । ଏହି ଖାଦ୍ୟ ମେଳାରେ ଦୁଇ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆସନ୍ତା ନଭେମ୍ବର ୬,୭ ଏବଂ ୮ ତାରିଖ ଦିନ ରାଇରଙ୍ଗପୁର ରେ ଉପଖଣ୍ଡ ସ୍ତରୀୟ ଏକ ବିଶାଳ କୃଷି ଯନ୍ତ୍ରପାତି ଉପକରଣ ମେଳା ଅନୁଷ୍ଠିତ ହେବ । ସେଥିରେ ବିଭିନ୍ନ ପ୍ରକାରର କୃଷି ଉପକରଣ ଏବଂ ଏଥିରେ ରିହାତି ବ୍ୟବସ୍ଥା ଓ ଆନୁଷଙ୍ଗିକ ଜ୍ଞାନ ଦିଆଯିବ । ସେଥିପାଇଁ ବାମନଘାଟୀ ଉପଖଣ୍ଡର ସମସ୍ତ ଚାଷୀ ଯୋଗ ଦେଇ ଏହାର ଲାଭ ଉଠାଇବାକୁ ଏଡିଓ ଲୋକନାଥ ମିଶ୍ର ଏବଂ ବ୍ଳକ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଶୈଳେଶ ପ୍ରଧାନ,ସୁଗଦା ମାଝୀ, ପରମେଶ୍ବର ମାଝୀ, ପବିତ୍ର ସିଂ,ସୁରାଇ ମୁର୍ମୁ,ସେବତୀ ବେହେରା, ପ୍ରଶାନ୍ତ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

 

Related posts

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

masiha

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

ଧର୍ମଗଡକୁ ଜିଲ୍ଲା ଗଠନ ଦାବୀରେ ଗଣଧାରଣା , ସପ୍ତମ ଦିବସରେ , ସମର୍ଥନରେ ବସିଲେ ଧର୍ମଗଡ ଓକିଲ ସଂଘ

masiha

Leave a Comment

error: Content is protected !!