ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଗୋଲାମୁଣ୍ଡା,ତା.୮ା୧୧(ସମିସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁଠାରେ ଉଦ୍ୟାନ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ନିଦ୍ଦେର୍ଶକ ଧର୍ମଗଡ ମଳୟ କୁମାର ସିଂ ଉପସ୍ଥିତ ରହି ଉପସ୍ଥିତ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଉଦ୍ୟାନ ବିଭାଗ ଦ୍ୱାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଚାଷୀମାନଙ୍କ ସହିତ ଉଦ୍ୟାନ ବିଭାଗ ସର୍ବଦା ସହଯୋଗ କରିଆସୁଥିବା ବେଳେ ଚାଷୀମାନେ ମଧ୍ୟ ଲାଭ ନେବା କଥା ବୋଲି ପରାମର୍ଶ ଦେଇଥିଲେ । ଆତ୍ମା ଅଧ୍ୟକ୍ଷ ଇଂ. ଦିନେଶ କୁମାର ରାଉତ,ସହକାରୀ ଉଦ୍ୟାନ କୃଷି ଅଧିକାରୀ କୋକସରା ସୌରଭ ପାଣିଗ୍ରାହୀ ଉପସ୍ଥିତ ରହି କୃଷି ଓ କୃଷକ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିହାରିକା ସାହୁ ପରିଚାଳନା କରିଥିବା ବେଳେ ବିଭାଗୟୀ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ କର୍ମଶାଳାରେ ୮ ଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

Sunil Chandra Nayak

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

Sunil Chandra Nayak

ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!