ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଳକରେ ମହା ଦୁର୍ନୀତିର ପର୍ଦ୍ଦାଫାଶ କଲେ ସୁକାନ୍ତ ନାଗ:ଭିଜିଲାନ୍ସ ତଦନ୍ତ ପାଇଁ କଲେ ଅବଗତ

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନରେ ଥିବା ଗାଦବାକତ୍ରା ଗ୍ରାମ ପଞ୍ଚାୟତ l ଉକ୍ତ ପଞ୍ଚାୟତ ଠାରେ ଆଠ ଗୋଟି ଚେକ୍ ଡ୍ୟାମ ନିର୍ମାଣ ହେବା ପାଇଁ ପ୍ରସ୍ତାବ ମଞ୍ଜୁର କରାଯାଇଥିଲା ଏବଂ ସାତ ଗୋଟି ଚେକ୍ ଡ୍ୟାମ ନିର୍ମାଣ କାର୍ଯ୍ୟ ସରିଥିବା କହିଛନ୍ତି ସୁକାନ୍ତ ନାଗ l ପାପାଡାହାଣ୍ଡି ସ୍ଥିତ ସହିଦ୍ ସ୍ତମ୍ଭ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁକାନ୍ତ ନାଗ ସିଧାସଳଖ ବ୍ଳକ ପ୍ରଶାସନ କୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି l ତାଙ୍କ କହିବା ଅନୁଯାୟୀ ଗାଦବାକତ୍ରା ପଞ୍ଚାୟତ ରେ ନୂତନ ନିର୍ମିତ ଚେକ୍ ଡ୍ୟାମ ଗୁଡିକ ଅତି ନିମ୍ନମାନର ହୋଇଛି l

ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ରେ ଚେକ୍ ଡ୍ୟାମ୍ ନାମରେ ସିଧାସଳଖ ସରକାରୀ ଟଙ୍କା ଆତ୍ମସାତ କରାଯାଇଛି ବୋଲି କହିଛନ୍ତି ସୁକାନ୍ତ ନାଗ l ଜିଲ୍ଲାପାଳ ଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ରେ ଶ୍ରୀ ନାଗ ଚେକ୍ ଡ୍ୟାମ୍ ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି l ପ୍ରତ୍ୟେକ ଚେକ୍ ଡ୍ୟାମ୍ ପାଇଁ ଦଶ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି, କିନ୍ତୁ ତାହା ସମ୍ପୂର୍ଣ୍ଣ ଖର୍ଚ୍ଚ ହେଉନାହିଁ l ଚେକ୍ ଡ୍ୟାମ ନିର୍ମାଣରେ ସଠିକ ପରିମାଣ ର ସିମେଣ୍ଟ,ବାଲି, ଲୁହା ରଡ୍ ବ୍ୟବହାର କରାଯାଉ ନ ଥିବା ଯୋଗୁଁ ଅଳ୍ପ ଦିନରେ ଚେକ୍ ଡ୍ୟାମ ଭୁଶୁଡ଼ି ପଡୁଛି ବୋଲି ସେ ପ୍ରଶାସନ ଉପରେ ନିନ୍ଦା କରିଛନ୍ତି l ଗାଦବା କତ୍ରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କୁ ମଧ୍ୟ କିଛି ଅବଗତ ନ କରାଇ ସରକାରୀ ଯନ୍ତ୍ରୀ ନିଜ ମନ ଇଚ୍ଛା ରେ କାମ ଚଳାଇଛନ୍ତି ବୋଲି ଖୋଦ୍ ଉକ୍ତ ପଞ୍ଚାୟତ ସରପଞ୍ଚ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଦେଖିବାକୁ ମିଳିଛି l ଉକ୍ତ ଦୁର୍ନୀତି ବିଷୟରେ ପାପଡାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କିଛି କାମରେ ବ୍ୟସ୍ତ ରହିଛି ଏବଂ ମୋ ପାଖରେ କିଛି ତଥ୍ଯ ନାହିଁ ବୋଲି ସେ ତାଙ୍କର ମତ ପ୍ରକାଶ କରିଥିଲେ l ଏବେ ଦେଖିବାକୁ ବାକି ରହିଲା କଣ ସତରେ ହୋଇଛି କି ଚେକ୍ ଡ୍ୟାମ ନାମରେ ସରକାରୀ ଟଙ୍କାର ହରିଲୁଟ?କଣ ଜିଲ୍ଲାପାଳ ଉକ୍ତ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବେ କି?ଏଇ ଦୁର୍ନୀତି ର ଦିଗରେ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି,ତାହା ଦେଖିବାକୁ ବାକି ରହିଲା ???

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଆୟୋଜିତ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଟିତ

Sunil Chandra Nayak

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

Leave a Comment

error: Content is protected !!